ସୁବର୍ଣ୍ଣପୁର, ୦୨ ଜୁଲାଇ(ହି.ସ.) – ସୋନପୁର କଲେଜର ୬୨ ତମ ପ୍ରତିଷ୍ଠା ଦିବସ ଅବସରରେ ପୂରାତନ ଛାତ୍ର ସଂଘ ପକ୍ଷରୁ ସୋନପୁର କଲେଜ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୋନପୁର ଏସପି ନାରାୟଣ ନାୟକ ଓ କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିବାବେଳେ ପୂରାତନ ଛାତ୍ର ସଂଘ ର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ, ସଂପାଦକ ଭାରତ ଭୁଷଣ ଦାଶ, ଉପଦେଷ୍ଟା ସିତାଂଶୂ ଶେଖର ମିଶ୍ର ରକ୍ତ ଦାନ କରିବା ପାଇଁ ନୂତନ ରକ୍ତ ଦାତଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ପୂରାତନ ଛାତ୍ର ସଙ୍ଘର ଉପ ସଭାପତି ଗତିକୃଷ୍ଣ ମିଶ୍ର, ସହ ସମ୍ପାଦକ ବିଶ୍ୱବିର ମିଶ୍ର, କୋଷାଧ୍ୟକ୍ଷ ବିଶ୍ୱ ରଞ୍ଜନ ପୂଝାରୀ ଏବଂ ପ୍ଲାବନ ମହାପାତ୍ର, ସ୍ୱରୂପ ପାତ୍ର, ଶାଶ୍ୱତ ମିଶ୍ର, ଶୁଭମ ମିଶ୍ର, ଗୋପାଳ ବାରଇ, ଅଭିଷେକ ଶର୍ମା, ଦୀପକ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ଜ୍ୟୋତିର୍ମୟ ମିଶ୍ର ପ୍ରମୁଖଙ୍କ ସହ ସମସ୍ତ କାର୍ଯ୍ୟକର୍ତା ଓ ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, ସହଯୋଗ କରିଥିଲେ। ଜିଲ୍ଲା ବାର ଆସୋସିଏସନ୍, ବୁଢ଼ାରଜା ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତା ଓ ସାମ୍ବାଦିକ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଜିଲ୍ଲା ରକ୍ତ କେନ୍ଦ୍ରର ଡ଼ା. ଚିତ ରଞ୍ଜନ ତ୍ରିପାଠୀ, କାଉନସିଲର ଜଗତ ଦାରୁଅନ୍, ଲ୍ୱେ ଟେକ୍ନିଶିଆନ ସତ୍ୟବ୍ରତ ତାଣ୍ଡି, ଯୁଧିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ