ବଲାଙ୍ଗିର, 2 ଜୁଲାଇ (ହି.ସ.) ନୂତନ ରୋଟାରୀ ବର୍ଷ ଆରମ୍ଭ ପାଇଁ ଜୁଲାଇ ୧ ତାରିଖ ଦିନ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ପ୍ରୋଜେକ୍ଟ ଚେୟାରମେନ ରାଜକୁମାର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ରକ୍ତଦାନ ଶିବିରରେ ୫୩ଜଣ ରକ୍ତ ଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କ୍ଲବ ର ପ୍ରତିଷ୍ଠାତା ବିଷ୍ଣୁ ପ୍ରସାଦ କେଡିଆ ଏବଂ ଗାୟତ୍ରୀ ମନ୍ଦିର ର ସଂପାଦକ ଡ. ସୁରେଶ ଷଡଙ୍ଗି ଯୋଗ ଦେଇଥିଲେ । କ୍ଲବ ର ନୂତନ ସଭାପତି ଶୈଳେଶ ଅଗ୍ରୱାଲ ତଥା ନିବର୍ତ୍ତମାନ ସଭାପତି ରାଜ ନାରାୟଣ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ ତଥା ସଂଜୟ ଅଗ୍ରୱାଲ (ସଂଜୁ) ବିଶେଷ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୋଟାରିୟନ ରାଜୀବ ହୋତା, ଭଜନ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, କହ୍ନେୟା ଅଗ୍ରୱାଲ, କମଳ ଅଗ୍ରୱାଲ, ରାଜେଶ ମଲନ, ହରିବନ୍ଧୁ ନାୟକ, ରାଜେଶ ଜୈନ, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ