ମାଲକାନଗିରି, ୨ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ, ନିଆଁ ଲାଗି ଚକ୍ଷୁ ବିଭାଗର ଓପିଡ଼ି କକ୍ଷ ରେ ନିଆଁ ଲାଗି ଅନେକ ସାମଗ୍ରୀ ଜଳି ନଷ୍ଟ ହୋଇଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଳ ମହଲାରେ ଥିବା ଚକ୍ଷୁ ବିଭାଗ ରେ କେହି ନଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଘର ମଧ୍ୟରୁ ଧୂଆଁ ବାହାରୁ ଥିବା ଓ ଫାୟାର ଆଲାରାମ ବାଜିବା ଦେଖି ନିଆଁ ଲାଗିଥିବା ଜାଣି ତୁରନ୍ତ କର୍ମଚାରୀ ମାନେ ନିଆକୁ ଆୟତ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ସ୍ୱୟଂ ଚାଳିତ ଅଗ୍ନି ନିର୍ବାପକ ଯନ୍ତ୍ର ନିଆଁ ଆୟତ ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମାଲକାନଗିରି ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ସମ୍ପୂର୍ଣ ଆୟତ କରିଥିଲା। ତେବେ ଏସି ସର୍ଟ ସର୍କିଟ ହେବାରୁ ଏହି ନିଆଁ ଲାଗିଥିବା ପ୍ରାଥମିକ ସୂଚନା ମିଳି ଥିବା ବେଳେ ନିଆଁ ଲାଗି ଏସି, କିଛି ସାମଗ୍ରୀ ଓ ଅନ୍ୟ ଉପକରଣ ପୋଡି ନଷ୍ଟ ହୋଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜ ବନ୍ଧୁ ଦାସ ଓ ଅନ୍ୟ ଅଧିକାରୀ ମାନେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସୌଭାଗ୍ୟ ବସତ ନିଆଁ ଲାଗିବା ବେଳେ କୌଣସି ରୋଗୀ କିମ୍ବା ଅଧିକାରୀ ତଥା କର୍ମଚାରୀ ଉକ୍ତ କଠୋରୀ ମଧ୍ୟରେ ନଥିବା ଯୋଗୁଁ କାହାର କିଛି କ୍ଷତି ହୋଇ ନାହି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ