ବିଧବା ମହିଳାଙ୍କୁ କୋଦାଳରେ ହାଣି ଅତି ନୃଶଂସ ଭାବରେ ହତ୍ୟା
କେନ୍ଦୁଝର, ୨ ଜୁଲାଇ (ହି.ସ.) - ବିଧବା ମହିଳାଙ୍କୁ କୋଦାଳରେ ହାଣି ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ପାଟଣା ପୋଲିସ ବଡ଼ପଶି ଗ୍ରାମରେ । ହତ୍ୟାକାଣ୍ଡ ଘଟାଇଥିବା ଯୁବକ ନାଁ ଗେଡୁ ନାଏକ ବୋଲି ଜଣାପଡିଛି। ହତ୍ୟାକାଣ୍ଡ ଘଟାଇ ଆତଙ୍କ ଖେଳାଇ ଥିବା ଯୁବକକୁ କାବୁ କରି ହେପାଜତ ନେଇଛି
ବିଧବା ମହିଳାଙ୍କୁ କୋଦାଳରେ ହାଣି ଅତି ନୃଶଂସ ଭାବରେ ହତ୍ୟା


କେନ୍ଦୁଝର, ୨ ଜୁଲାଇ (ହି.ସ.) - ବିଧବା ମହିଳାଙ୍କୁ କୋଦାଳରେ ହାଣି ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ପାଟଣା ପୋଲିସ ବଡ଼ପଶି ଗ୍ରାମରେ । ହତ୍ୟାକାଣ୍ଡ ଘଟାଇଥିବା ଯୁବକ ନାଁ ଗେଡୁ ନାଏକ ବୋଲି ଜଣାପଡିଛି।

ହତ୍ୟାକାଣ୍ଡ ଘଟାଇ ଆତଙ୍କ ଖେଳାଇ ଥିବା ଯୁବକକୁ କାବୁ କରି ହେପାଜତ ନେଇଛି ପାଟଣା ପୋଲିସ । ପ୍ରକାଶ ଯେ ଆଜି ସକାଳୁ ଫୁଲପାହାଡ଼ି ଭାଲୁଘର ସାହିରେ ବିଧବା ମହିଳାଙ୍କୁ କୋଦାଳରେ ହାଣି ଅତି ନୃଶଂସ ଭାବରେ ହତ୍ୟା କରିବା ପରେ ପଥର ଧରି ଗ୍ରାମବାସୀ ଙ୍କୁ ଗୋଡ଼ାଇ ଥିଲା ଯୁବକ । ୬ ବର୍ଷ ପୂର୍ବରୁ ବଳଦ କିଣାବିକାକୁ ନେଇ ମୃତ ବୃଦ୍ଧାଙ୍କ ସ୍ୱାମୀ କାଦେ ମାଝୀଙ୍କୁ ପିଟିପିଟି ହତ୍ୟା କରିଥିଲେ ଗ୍ରାମର ୧୦ ରୁ ଉର୍ଦ୍ଧ ଲୋକେ। ପୁର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ଝିଅ। ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande