ମହରମ ପାଇଁ ଶାନ୍ତି ଓ ସମନ୍ୱୟ ସମିତି ବୈଠକ
ସମ୍ବଲପୁର, ୦୨ ଜୁଲାଇ(ହି.ସ.) – ଚଳିତ ବର୍ଷ ମହରମ ୨୦୨୫ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ଶାନ୍ତି ଓ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷ
ମହରମ ପାଇଁ ଶାନ୍ତି ଓ ସମନ୍ୱୟ ସମିତି ବୈଠକ


ମହରମ ପାଇଁ ଶାନ୍ତି ଓ ସମନ୍ୱୟ ସମିତି ବୈଠକ


ମହରମ ପାଇଁ ଶାନ୍ତି ଓ ସମନ୍ୱୟ ସମିତି ବୈଠକ


ସମ୍ବଲପୁର, ୦୨ ଜୁଲାଇ(ହି.ସ.) – ଚଳିତ ବର୍ଷ ମହରମ ୨୦୨୫ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ଶାନ୍ତି ଓ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦ ଭୂଷଣ, ପ୍ରୋବେସନାରୀ ଆଇଏଏସ୍ ଶୁଭ୍ରା ପଣ୍ଡା ପ୍ରମୁଖ ମଂଚାସିନ ଥିଲେ। ଉକ୍ତ ବୈଠକରେ ବିଭିନ୍ନ ସଙ୍ଗଠନର ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଂଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ମହରମ କିପରି ଶାନ୍ତି ଶ୍ରୁଙ୍ଖଳା ର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା। ଉକ୍ତ ବୈଠକ ରେ ଆଇନ ଶ୍ରୁଙ୍ଖଳା ରକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ, ଉତ୍ସବ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଆଇନ ଓ ନକଲି ମଦ ବିକ୍ରି ଉପରେ ପ୍ରତିଷେଧକ ପଦକ୍ଷେପ ନେବା, ଆଖପାଖ ଅଂଚଳରେ ଅଗ୍ନିକାଣ୍ଡ ରୋକିବା ପାଇଁ ତ୍ୱରାନିତ୍ୱ ପଦକ୍ଷପ ନେବା ଏବଂ ଶୋଭାଯାତ୍ରା କିଭଳି ଓ କେଉଁ ରାସ୍ତାଦେଇ ଶୋଭାଯାତ୍ରା ଅନୁଷ୍ଠିତ ସେ ପ୍ରସଙ୍ଗ ଉପରେ ଆଲୋଚୋନା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande