ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣା, ମୃତକ ବାସନ୍ତିଙ୍କ ପରିବାରକୁ ୨୫ଲକ୍ଷ ଚେକ୍ ପ୍ରଦାନ କଲେ ଆଇନ ମନ୍ତ୍ରୀ
ଖୋର୍ଦ୍ଧା, ୨ ଜୁଲାଇ (ହି.ସ.) - ରବିବାର ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା
ଚେକ୍ ପ୍ରଦାନ


ଚେକ୍


ଖୋର୍ଦ୍ଧା, ୨ ଜୁଲାଇ (ହି.ସ.) - ରବିବାର ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ତେବେ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୃତ ମହିଳାଙ୍କ ଘରେ ପହଂଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ସରକାରଙ୍କ ଘୋଷଣା ଅନୁଯାୟୀ ୨୫ ଲକ୍ଷ ଟଙ୍କାର ଚେକ୍ ବାସନ୍ତିଙ୍କ ସ୍ୱାମୀ ଦିଲୀପ ସାହୁଙ୍କୁ ପ୍ରଦାନ କରିଥିଲେ। ଘଟଣା ଦିନ ସମସ୍ଥ ସ୍ଥିତି ସମ୍ପର୍କରେ ଦିଲ୍ଲୀପ ଆଇନମନ୍ତ୍ରୀଙ୍କୁ ଜଣାଇଥିଲେ। ଦୁଇ ଜଣ ଅଫିସରଙ୍କ ଦାୟିତ୍ୱରେ ଅବହେଳା ଯୋଗୁ ଏହି ଘଟଣା ଘଟିଲା। ଏଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସରକାରଙ୍କ ପକ୍ଷରୁ ଯେକୌଣସି ସମୟରେ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ଏପରିକି ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ସ୍ତ୍ରୀଙ୍କୁ ହରାଇ ଦିଲ୍ଲୀପଙ୍କ ପୁରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତେବେ ମୃତ ବାସନ୍ତିଙ୍କ ଘରେ ମନ୍ତ୍ରୀଙ୍କ ସହ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande