ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ଜାତୀୟ ଡାକ୍ତର ଦିବସ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟସ ଦିବସ ପାଳିତ
କେନ୍ଦୁଝର, 2 ଜୁଲାଇ (ହି.ସ.) ସମାଜରେ ଡାକ୍ତରଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧ ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଭାରତରତ୍ନ ପୁରସ୍କାରପ୍ରାପ୍ତ ଚିକିତ୍ସକ ଡ. ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଓ ମୃତ୍ୟୁ ବାର୍ଷିକୀ ଏହି ଦିବସରେ ପାଳନ କରାଯାଉଛି। ଏହି ଅବସରରେ ରୋଟାରୀ କ୍ଲବ
ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ଜାତୀୟ ଡାକ୍ତର ଦିବସ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟସ ଦିବସ ପାଳିତ


କେନ୍ଦୁଝର, 2 ଜୁଲାଇ (ହି.ସ.) ସମାଜରେ ଡାକ୍ତରଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧ ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଭାରତରତ୍ନ ପୁରସ୍କାରପ୍ରାପ୍ତ ଚିକିତ୍ସକ ଡ. ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଓ ମୃତ୍ୟୁ ବାର୍ଷିକୀ ଏହି ଦିବସରେ ପାଳନ କରାଯାଉଛି। ଏହି ଅବସରରେ ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ଆଜି ସଭାପତି ରୋଟାରିଆନ ହରିହର ମହାନ୍ତ ଏବଂ ସମ୍ପାଦକ ରୋଟାରିଆନ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ରୋଟାରିଆନ ରାଜଲକ୍ଷ୍ମୀ ସ୍ୱାଇଁ,ଦେଵବ୍ରତ ସ୍ୱାଇଁ,ପ୍ରଶାନ୍ତ ସ୍ୱାଇଁ,ବିଜୟନାଥ କାପୁର,ପ୍ରିୟଦର୍ଶୀ ପଟ୍ଟନାୟକ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିନୋଦ ବିହାରୀ ମିଶ୍ର,ଧରଣୀଧର ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ. ମହେନ୍ଦ୍ର କୁମାର ନାୟକ,ମାଇକ୍ରୋ ବାୟୋଲୋଜି ର ପ୍ରଫେସର ଡ. ଶ୍ୱେତାଲିନା ପଟ୍ଟନାୟକ,ଦାନ୍ତ ରୋଗ ବିଶେଷଜ୍ଞ ଡ. ସଞ୍ଜୀବ କୁମାର ଓତା,ଚକ୍ଷୁ ରୋଗ ବିଶେଷଜ୍ଞ ଡ. ରଶ୍ମିରଞ୍ଜନ ଭଞ୍ଜ,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ମମତାରାଣୀ ଜେନା ଏବଂ ଡ. ପି.ସି. ଦାସଙ୍କୁ ମାନପତ୍ର,ଉପଢୌକନ,ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସେହିପରି ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ସଜ୍ଜନ ଅଗ୍ରୱାଲଙ୍କୁ ମାନପତ୍ର,ଉପଢୌକନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ରୋଟାରିଆନ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande