ମାଲକାନଗିରି ୨ ଜୁଲାଇ (ହି.ସ.)
ସୋମବାର ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହା ସହିତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।ଘଟଣାକୁ ୩ ଦିନ ବିତିଥିବାବେଳେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟାଳୟ ଖୋଲାଥିବା ବେଳେ ଅଧିକାରାୀମାନେ ନାହାନ୍ତି।ଏହାକୁ ବିରୋଧ କରି ମାଲକାନଗିରିରେ ଓଏଏସ୍ ଅଧିକାରୀ ଛୁଟିରେ ଯାଇଛନ୍ତି।ଫଳରେ ଆଜି ପଡିଆ ବ୍ଲକ ଅଧକ୍ଷାଙ୍କ ବିରୋଧ ରେ ହେବାକୁ ଥିଵା ଅନାସ୍ଥା ଭୋଟ ଗ୍ରହଣ ହୋଇ ପାରିଲାନି। ପଡିଆ ବ୍ଲକ ଅଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।
ଅନାସ୍ଥା ପ୍ରସ୍ତାବ ନେଇ ବୁଧବାର ଭୋଟ ଗ୍ରହଣ ହୋଇଥାନ୍ତା। କୌଣସି ଅଧିକାରୀ ନ ଆସିବାରୁ ଜନପ୍ରତିନିଧି ହଟହଟା ହୋଇଥିଲେ। ଔପଚାରିକ ଭାବେ ନୂତନ ତାରିଖ ଘୋଷଣା ଦାବି ନେଇ ଜନପ୍ରତିନିଧି ଅଡ଼ି ବସିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ