ଜୟପୁର, ୨ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ରେଳ ଧାରଣା ଉପରେ ମାଟି ଅତଡା ଧଶିଛି ଓ ପାହାଡ଼ରୁ ମାଟି ଧସି ରେଳ ପଥ ଅବରୋଧ ହୋଇଛି ।ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଜୟପୁର – କୋରାପୁଟ ରେଳ ପଥର ଜରଟି ନିକଟରେ ଘଟିଛି ଘଟଣା । ଜରଟି ପମାଲିଗୁଡ଼ା ମଧ୍ୟରେ ୨୦୮ କିମି ଠାରେ ରେ ଏହି ଭୂସ୍ଖଳନ ଘଟିଛି । ନିରନ୍ତର ବର୍ଷା ଯୋଗୁଁ ୱାଲାଟେୟାର ଡିଭିଜନର କୋରାପୁଟ-କିରାଣ୍ଡୁଲ ଲାଇନର ମାଲ୍ଲିଗୁଡ଼ା-ଜରାତି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଘଟିବାରୁ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ କର୍ମଚାରୀ ଏବଂ ସାମଗ୍ରୀ ସହିତ ଘଟଣାସ୍ଥଳରେ ପହଁଚି ଏବଂ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଛି।
ଜଗଦଲପୁରରୁ ଛାଡିଥିବା ଟ୍ରେନ ନମ୍ବର ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ବାତିଲ କରାଯାଇଛି। କିରାଣ୍ଡୁଲରୁ ଛାଡିଥିବା ଟ୍ରେନ ନମ୍ବର ୧୮୫୧୬ କିରାଣ୍ଡୁଲ-ବିଶାଖାପାଟନମ୍ ରାତ୍ରି ଏକ୍ସପ୍ରେସ ବାତିଲ କରାଯାଇଥିବା ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି