ସତ୍ୟନାରୟଣ ବିଦ୍ୟାପୀଠରେ ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝର, ୨ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢ଼େଙ୍କିକୋଟ ଠାରେ ଥିବା ବହୁ ପୁରାତନ ସତ୍ୟନାରୟଣ ବିଦ୍ୟାପୀଠ ରେ ଆଜି ୫୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାଗୃହ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି କ୍ଷ ନିମନ୍ତ୍ରିତ ଅତିଥି ଭାବେ ମୋ ସ୍କୂ
Satyanaraya bidyapitha annual day


କେନ୍ଦୁଝର, ୨ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢ଼େଙ୍କିକୋଟ ଠାରେ ଥିବା ବହୁ ପୁରାତନ ସତ୍ୟନାରୟଣ ବିଦ୍ୟାପୀଠ ରେ ଆଜି ୫୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାଗୃହ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି କ୍ଷ ନିମନ୍ତ୍ରିତ ଅତିଥି ଭାବେ ମୋ ସ୍କୂଲ ଅଭିଯାନର ସଭାପତି ସଂଜୟ କୁମାର ସାହୁଙ୍କ ସମେତ ସଦସ୍ୟ ବଳଭଦ୍ର ମହାନ୍ତ, ସରପଂଚ ଖଇର ନାଏକ,ପୁରାତନ ଛକ୍ଷତ୍ର ରାମଚନ୍ଦ୍ର ସାହୁ,ବଳଭଦ୍ର ମହାକୁଡ଼,ଭୋଳାନାଥ ମହାନ୍ତ, ପରିଚାଳନା କମିଟି ସଦସ୍ୟ ପୀତବାସ ପଟ୍ଟନାୟକ, ଅନାଦି ସିଂ, ତ୍ରିଲୋଚନ ସକ୍ଷହୁ, ପ୍ରମୁଖ ଯୋଗଦାନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଦିପ୍ତିଶୋଭା ବେହେରା କଂ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ପ୍ରଥମେ ମାଆ ତାରିଣୀଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ ଓ ପରେ ପରେ ଛାତ୍ରୀ ମାନେ ସ୍ୱାଗତ ସଂଗୀତଗାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ହୃଦାନନ୍ଦ ବାରିକ । ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ କବିତା ଦାସ, ଦିପାଞ୍ଜଳି ସେଠି,ମଧୁସ୍ମିତା ମହାପାତ୍ର,ଜୟନ୍ତୀ ଜେନା, ଦୀନବନ୍ଧୁ ପଣ୍ଡା, ମଦନ ମୋହନ ମହାନ୍ତ, ପ୍ରଶାନ୍ତ ମହାନ୍ତି,କମଳାକାନ୍ତ ମହାନ୍ତ,ଶତ୍ରୁଘ୍ନ ମହାନ୍ତ ସହଯୋଗ କରିଥିଲେ । ସମସ୍ତ ଅତିଥି ବିଦ୍ୟାଳୟର ୫୫ ବର୍ଷର ଅତିତକୁ ମନେ ପକାଇବା ସହିତ ସ୍ମୁତି ଚାରଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande