ବିପୁଳ ଚୋରା ମଦ ଜବତ, ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୦୨ ଜୁଲାଇ(ହି.ସ.) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଇଚ୍ଛାପୁର ର ସୁଦର୍ଶନ ସାହୁ ଓ ସୁବାଷ ଚନ୍ଦ୍ର ମଳିକଙ୍କ ଠାରୁ ୨୪୦୦ ଗ୍ରାମ ଗଞ୍ଜେଇ, ସରସ୍ୱତୀ ବେହେରାଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଭାବଗ୍ରାହୀ ସାହୁଙ୍କ ଠା
ବିପୁଳ ଚୋରା ମଦ ଜବତ, ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୦୨ ଜୁଲାଇ(ହି.ସ.) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଇଚ୍ଛାପୁର ର ସୁଦର୍ଶନ ସାହୁ ଓ ସୁବାଷ ଚନ୍ଦ୍ର ମଳିକଙ୍କ ଠାରୁ ୨୪୦୦ ଗ୍ରାମ ଗଞ୍ଜେଇ, ସରସ୍ୱତୀ ବେହେରାଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଭାବଗ୍ରାହୀ ସାହୁଙ୍କ ଠାରୁ ୩୯ ଲିଟର ବିଦେଶୀ ମଦ, ନାଗପଟଣା ଗ୍ରାମର ଶଶୀକାନ୍ତ ମଳିକଙ୍କ ଠାରୁ ୨୬ ଲିଟର ବିଦେଶୀ ମଦ ଏବଂ ଶ୍ୟାମଗୁଡ଼ିଆ ଗ୍ରାମର ରମାକାନ୍ତ ସାହୁଙ୍କ ୨୯ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି। ଏମାନଙ୍କ ପାଖରୁ ସମୁଦାୟ ୧୧୩ ଲିଟର ଦେଶୀ ଓ ବିଦେଶୀ ମଦ ଓ ୨୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ୧ ମହିଳା ସମେତ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରିକ୍ଷକ ପଦ୍ମ ଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande