ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ରୋଟାରୀ ଓ ଇନର ହୁଇଲ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ନବ ନିର୍ବାଚିତ ସଭାପତି ଇଂ ସୁକାନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜାରକାସ୍ଥିତ ରୋଟାରୀ କ୍ଲବ କାଯ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ଶତପଥୀ ଅତିଥି ଭାବେ ଯୋଗଦେଇ ସମାଜକୁ ଡାକ୍ତର ମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଡା.ସୁଧୀର କୁମାର ସାହୁ, ଡା.ମାନସ ରଞ୍ଜନ ସ୍ୱାଇଁ,ଡା.ବିଶ୍ୱରଞ୍ଜନ କର, ଡା.ପ୍ରିୟବ୍ରତ ପଣ୍ଡା, ଡା. ବିଦ୍ୟାଧର ପାତ୍ର, ଡା. ଦେବପ୍ରିୟ ଷଢଙ୍ଗୀ, ଡା. ଅଜିତ କୁମାର ସାମଲଙ୍କ ସମେତ ଚାଟାର୍ଡ଼ ଆକାଉଁଟାଂଟ ମହାମାୟା ପ୍ରତାପ ସ୍ୱାଇଁ ପ୍ରମୁଖ ଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ରୋଟାରି କ୍ଲବ ସମ୍ପାଦକ ଦୀପକ କୁମାର ଜେନା ସୂଚନା ପ୍ରଦାନ କରିଥିବା ବେଳେ ଇନରହୁଇଲ କ୍ଲବ ର ସଭାପତି ଲୋପାମୁଦ୍ରା ଷେଣ୍ଢ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିନତୀ ସାହୁ, ମାଧୁରୀ ଶତପଥୀ, ଶକୁନ୍ତଳା ମହାନ୍ତି, ରଶ୍ମିତା ନାୟକ କଳ୍ପନା ପରିଡା, ଅଜନ୍ତା ପାଣିଗ୍ରାହୀ,ବିଶ୍ୱମିତ୍ରା ସାହୁ, କଳ୍ପନା ଖୁଂଟିଆ, ଶୁଭଲକ୍ଷ୍ମୀ କର,ଉପାସନା ଶତପଥୀ, ଅରୁଣାରଶ୍ମି ସାମଲ, ଅର୍ଚ୍ଚନା ସ୍ୱାଇଁ, ଗୋଲାପ ମଞ୍ଜରୀ ପଣ୍ଡା, କାଦମ୍ବିନୀ ମିଶ୍ର, ସରୋଜିନୀ ପଣ୍ଡା ଏବଂ ରୋଟାରି କ୍ଲବର ଆଇନଜୀବୀ ରାଜେନ୍ଦ୍ର ପଲେଇ, ଜୟପ୍ରକାଶ ତ୍ରିପାଠୀ, ପ୍ରଦୀପ୍ତ କୁମାର ବରାଳ, କଳାକାର ମହାନ୍ତି, ନିରଞ୍ଜନ ପାଣିଗ୍ରାହୀ, ବିନୋଦ କୁମାର ପରିଡା, ପ୍ରମୋଦ କୁମାର ସାମଲ, ଧରଣୀଧର ଦାଶ,ହରିହର ପଣ୍ଡା,ଅଜାମ୍ବର ସାହୁ,ତ୍ରିଲୋଚନ ବିଶ୍ୱାଳ, ଇନ୍ଦ୍ରମଣି ନାୟକ,ଦେବେନ୍ଦ୍ର ସାହୁ, ଚକ୍ରଧର ଲେଙ୍କା, ଯୁଧିଷ୍ଠିର ରାଉତ, ଆଇନଜୀବୀ ଆଲୋକ ଜେନା,ଜୟଗୁରୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହାୟତା କରିଥିଲେ । ଇନରହୁଇଲ କ୍ଲବ ର ନବନିର୍ବାଚିତ ସମ୍ପାଦିକା ପ୍ରଭାତନଳିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ