ବିରୋଧୀ କେମିତି ରଥଯାତ୍ରା ପରିଚାଳନା କରୁଥିଲେ, ଅତୀତରେ ଓଡ଼ିଶାବାସୀ ଜାଣିଛନ୍ତି- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 2 ଜୁଲାଇ (ହି.ସ.) - ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି । ସେମାନେ ଅଧିକ କଥା କହୁଛନ୍ତି । ବିରୋ
ବିରୋଧୀ କେମିତି ରଥଯାତ୍ରା     ପରିଚାଳନା କରୁଥିଲେ, ଅତୀତରେ       ଓଡ଼ିଶାବାସୀ ଜାଣିଛନ୍ତି- ଆଇନ ମନ୍ତ୍ରୀ


ଭୁବନେଶ୍ୱର, 2 ଜୁଲାଇ (ହି.ସ.)

- ରଥଯାତ୍ରା

ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ । ସେ କହିଛନ୍ତି ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି ।

ସେମାନେ ଅଧିକ କଥା କହୁଛନ୍ତି । ବିରୋଧୀ କେମିତି ରଥଯାତ୍ରା ପରିଚାଳନା କରୁଥିଲେ, ଅତୀତରେ ଓଡ଼ିଶାବାସୀ ଜାଣିଛନ୍ତି । ତାଙ୍କ ସମୟରେ

କଣ ଘଟଣା ଘଟୁଥିଲା ସମସ୍ତେ ଦେଖିଛନ୍ତି । ଏ ବାବଦରେ ବେଶି କିଛି କହିବାର ନାହିଁ । ରଥଯାତ୍ରାକୁ

ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ତିଆରି କରିବାକୁ ଆମେ ଚାହୁଁନାହୁଁ

। କୌଣସି ରାଜନୈତିକ ଟିପ୍ପଣୀ ଦେବାକୁ ଚାହୁଁନି ବୋଲି କହିଲେ ଆଇନ ମନ୍ତ୍ରୀ । ଯେଉଁମାନେ

ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ

ଭଗବାନ ଦଣ୍ଡିତ କରିବେ ।

ମହାପ୍ରଭୁଙ୍କ ରଥଯାତ୍ରା

ସୁରୁଖୁରୁରେ ହେଉ । ଜଗନ୍ନାଥଙ୍କ ଆଶୀର୍ବାଦରେ ହିଁ ରଥଯାତ୍ରାର ସଂପୂର୍ଣ୍ଣ ପ୍ରକ୍ରିୟା ଭଲରେ

ଭଲରେ ଶେଷ ହେବ । ଲୋକଙ୍କ ପାଇଁ ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ମଧ୍ୟ

ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେବାୟତ ମାନଙ୍କ ସହ ମଧ୍ୟ ଭେଟି

ଆଲୋଚନା ହୋଇଛି । ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ପୁରା ବିଶ୍ୱାସ ଅଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande