ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.) - ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ଓ ମୁଖ୍ୟ ମାଷ୍ଟର ମାଇଣ୍ଡ ଗିରଫ ପାଇଁ ଦାବି କରିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ ସମସ୍ତଙ୍କୁ ଏ କଥା ସ୍ପଷ୍ଟ ହୋଇଯାଇଛି ଘଟଣା ପଛର ମାଷ୍ଟର ମାଇଣ୍ଡ କିଏ। ଖୁବ୍ ଶୀଘ୍ର ପୋଲିସ ତାଙ୍କୁ ଆରେଷ୍ଟ କରିବ। ତାଙ୍କ ବିରୋଧରେ ଉଦାହରଣୀୟ ଆକ୍ସନ ନିଆଯିବ। ଯଦି କେହି ଆଇନ ହାତକୁ ନିଏ ଗୁଣ୍ଡା ରାଜ କରେ ଦଣ୍ଡ ମିଳିବ ବୋଲି ଲୋକ ଜାଣିବେ ଭୟ କରିବେ। ଆଇନ ଉପରେ କେହି ନୁହେଁ।
ସେ ଆହୁରି କହିଛନ୍ତି ଯେ ଆମେ ଅନୁରୋଧ କରି ସଫେଇ କାମ କରେଇଛୁ। କିନ୍ତୁ ଓଏଏସ ସଂଘ୍ ନିଷ୍ପତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି। ୨୯ ଜିଲ୍ଲାରେ କାମ ବନ୍ଦ ଅଛି। କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା କାମ ଚାଲିଥିବାରୁ ସେଠାରେ ଅଫିସର କାମ କରୁଛନ୍ତି। ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ଅଛନ୍ତି। ଏ କଥାକୁ ମେୟର ଭାବରେ ମୁଁ ସମର୍ଥନ କରୁଛି ସେମାନଙ୍କ ସହ ରହିଛି। ମୁଖ୍ୟ ଲୋକ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ। କମିଶନର ନିଜେ କହିଛନ୍ତି ଆଇନର ଉର୍ଦ୍ଧରେ କେହି ନୁହନ୍ତି। ସଂପୃକ୍ତ କେହି ବିଏମସିରେ ସୁରକ୍ଷିତ ଅନୁଭବ କରୁନାହାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା