ଶରଧାବାଲି ଦଳାଚକଟା ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବିଧିକାର କମିଶନ
ଭୁବନେଶ୍ୱର, 2 ଜୁଲାଇ (ହି.ସ.) - ପୁରୀ ଦଳଚକଟା ଘଟଣା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କୁ କଲେ ନୋଟିସ । ଦଳାଚକଟା ଘଟଣାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ । ଯେଉଁମାନେ ଆହତ ହୋଇ
ଶରଧାବାଲି ଦଳାଚକଟା ଘଟଣାରେ     ରିପୋର୍ଟ ମାଗିଲେ ରାଜ୍ୟ ମାନବିଧିକାର କମିଶନ


ଭୁବନେଶ୍ୱର, 2 ଜୁଲାଇ (ହି.ସ.)

- ପୁରୀ ଦଳଚକଟା

ଘଟଣା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କୁ କଲେ ନୋଟିସ । ଦଳାଚକଟା

ଘଟଣାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ । ଯେଉଁମାନେ ଆହତ ହୋଇଛନ୍ତି,

ସେମାନଙ୍କ ଚିକିତ୍ସା ପାଇଁ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବାକୁ କମିଶନଙ୍କ

ନିର୍ଦ୍ଦେଶ ।

ଏଭଳି ଘଟଣା ଯେମିତି ଆଗକୁ

ନଘଟେ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ କହିଲେ କମିଶନ । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ

ଆବେଦନ ଉପରେ ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିଶନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande