ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ- ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 2 ଜୁଲାଇ (ହି.ସ.)- ରଥଯାତ୍ରାରେ ବିଭ୍ରାଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେହି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି ସମୀକ୍ଷା ବୈଠକ ଜୋର ହେଉଛି କିନ୍ତୁ କାମ ନାହିଁ । ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ, ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ । ସରକାର
ସରକାରଙ୍କ ଠାକୁରଙ୍କ     ପ୍ରତି ଭକ୍ତି ନାହିଁ- ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, 2 ଜୁଲାଇ (ହି.ସ.)- ରଥଯାତ୍ରାରେ

ବିଭ୍ରାଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେହି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି ସମୀକ୍ଷା

ବୈଠକ ଜୋର ହେଉଛି କିନ୍ତୁ କାମ ନାହିଁ । ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ, ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ । ସରକାର

ସୁରକ୍ଷା ଦେଇ ପାରିନାହାନ୍ତି । ଲୋକ ପୁରୀକୁ ଆସିବାକୁ ଡରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଥାକୁ

କେହି ମାନୁନାହାନ୍ତି । ମାନୁଥିଲେ ଏପରି ବିଭ୍ରାଟ ହୋଇନଥାନ୍ତା । କେବଳ ଏସପି ଜିଲ୍ଲାପାଳଙ୍କ

ବଦଳି ନକରି ବଡ ଅଫିସରଙ୍କ ଉପରେ କାହିଁକି ଆକ୍ସନ ନେଉନାହାନ୍ତି । ବଡ ଠାକୁର ପଡ଼ିଯିବା ଘଟଣା,

ଶରଧାବାଲିରେ ଭକ୍ତଙ୍କ ମୃତ୍ୟୁ, ନନ୍ଦିଘୋଷ ରଥ

ଗଡିବାରେ ବିଳମ୍ବ କେବେ ଦେଖିବାକୁ ମିଳିନଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande