ଭୁବନେଶ୍ୱର, 2 ଜୁଲାଇ (ହି.ସ.)- ଆସନ୍ତା ୧୧
ତାରିଖରେ ଓଡିଶା ଆସୁଛନ୍ତି କଂଗ୍ରେସ ନେତା
ରାହୁଲ ଗାନ୍ଧୀ। ତାଙ୍କ ସହ ଏଇଆଇସିସି ଅଧକ୍ଷ ମଲିକାର୍ଜୁନ ଖଡଗେ ଏବଂ ସାଙ୍ଗଠନିକ ସାଧାରଣ
ସମ୍ପାଦକ କେ. ସି ବେଣୁଗୋପାଳ ମଧ୍ୟ ଆସିବେ। ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧୦: ୩୦ ରେ
ପହଂଚିବେ। ଏନେଇ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ସୂଚନା ଦେଇଛନ୍ତି ।
ଓଡ଼ିଶାର ସାମ୍ପ୍ରତିକ
ସ୍ଥିତି ଉପରେ କରିବେ ସଭା। ବରମୁଣ୍ଡା ପଡିଆରେ ହେବ ସଭା। ରାଜ୍ୟର ଗାଁ ଗାଁ ରୁ ମହିଳା, ଯୁବକ, ଚାଷୀ ସମସ୍ତେ ଉତ୍ସାହିତ। ଓଡ଼ିଶାରେ ବିଜେପି ସରକାର
ଲୋକଙ୍କୁ ଦେଇଥିବା ଧୋକା, ମିଛ ଉପରେ ଲୋକଙ୍କୁ ବାର୍ତା ଦେବେ। ଏହା ସହ
କଂଗ୍ରେସ ଜାତି ଜନ ଗଣନାରେ ପାଇଥିବା ସଫଳତା ସମ୍ପର୍କରେ ମଧ୍ୟ ଅଭିଭାଷଣ ରଖିବେ କଂଗ୍ରେସ ନେତା
ରାହୁଲ ଗାନ୍ଧୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା