ଅଖିଳ ଭାରତୀୟ ଯୁବ କଂଗ୍ରେସର ଗଣମାଧ୍ୟମ ସଂଯୋଜକ ହେଲେ ସୁଦିପ ସାମଲ
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.) - ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସର ଗଣମାଧ୍ୟମ ବିଭାଗର ପ୍ରଭାରୀ ବରୁଣ ପାଣ୍ଡେ ଓଡ଼ିଶାର ସୁଦିପ ସାମଲଙ୍କୁ ଯୁବ କଂଗ୍ରେସର ଜାତୀୟ ଗଣମାଧ୍ୟମ ବିଭାଗର ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ସାମଲ ଏବେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପା
ଅଖିଳ ଭାରତୀୟ ଯୁବ କଂଗ୍ରେସର ଗଣମାଧ୍ୟମ ସଂଯୋଜକ ହେଲେ ସୁଦିପ ସାମଲ


ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.) - ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସର ଗଣମାଧ୍ୟମ ବିଭାଗର ପ୍ରଭାରୀ ବରୁଣ ପାଣ୍ଡେ ଓଡ଼ିଶାର ସୁଦିପ ସାମଲଙ୍କୁ ଯୁବ କଂଗ୍ରେସର ଜାତୀୟ ଗଣମାଧ୍ୟମ ବିଭାଗର ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ସାମଲ ଏବେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ନିଯୁକ୍ତି ପାଇବାପରେ ଶ୍ରୀ ସାମଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏକ ସାଧାରଣ ବର୍ଗରୁ ଆସିଥିବା ଯୁବକକୁ ଲୋକ ସଭାର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ପ୍ରୋତ୍ସାହନ ଦେଉଛନ୍ତି ଏହା ଅତ୍ୟନ୍ତ ଧନ୍ୟବାଦ ଯୋଗ୍ୟ, ଯୁବ କଂଗ୍ରେସ ଏବଂ କଂଗ୍ରେସ ଦଳକୁ ମଜବୁତ କରିବାପାଇଁ

ଗଣମାଧ୍ୟମ ବିଭାଗରେ ସୂଚାରୁରୂପେ କାମ କରିବାପାଇଁ ଏବଂ ଲୋକମାନଙ୍କର ସମସ୍ୟା ଗଣମାଧ୍ୟମ ଜରିଆରେ ଉତ୍‌ଥାପନ କରିବାପାଇଁ ଶ୍ରୀ ସାମଲ ପ୍ରୟାସ କରିବେ ବୋଲି ତାଙ୍କ ମନ୍ତବ୍ୟରେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande