ବିକାନେରରେ ଦୁଇ କାର ମଧ୍ୟରେ ଟକ୍କର ଯୋଗୁ 5ଜଣଙ୍କ ମୃତ୍ୟୁ, 4 ଗୁରୁତର
ବିକାନେର, 22 ଜୁଲାଇ (ହି.ସ.)-ଜିଲ୍ଲାର ଶ୍ରୀଡୁଙ୍ଗରଗଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ପାଞ୍ଚଜଣ ମୃତ୍ୟୁବରଣ କରିଛନ୍ତି ଓ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ରାତି ପ୍ରାୟ 11ଟା ବେଳେ ଦେଶର ଜାତୀୟ ରାଜପଥ-11 ରେ ସିଖୱାଲ
ବିକାନେରରେ ଦୁଇ କାର     ମଧ୍ୟରେ ଟକ୍କର ଯୋଗୁ 5ଜଣଙ୍କ ମୃତ୍ୟୁ, 4 ଗୁରୁତର


ବିକାନେର, 22 ଜୁଲାଇ (ହି.ସ.)-ଜିଲ୍ଲାର

ଶ୍ରୀଡୁଙ୍ଗରଗଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ପାଞ୍ଚଜଣ ମୃତ୍ୟୁବରଣ

କରିଛନ୍ତି ଓ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ରାତି ପ୍ରାୟ 11ଟା ବେଳେ ଦେଶର

ଜାତୀୟ ରାଜପଥ-11 ରେ ସିଖୱାଲ୍ ଉପବନ ନିକଟରେ ଘଟିଥିଲା, ଦୁଇଟି ସ୍ୱିଫ୍ଟ ଡିଜାୟାର୍ କାର୍‌ ସାମ୍ନାସାମ୍ନି ଭାବେ ଧକ୍କା ହୋଇଛନ୍ତି

ଦୁର୍ଘଟଣା ଏତେ ଭୟଙ୍କର

ଥିଲା ଯେ ଦୁଇଟି କାର୍‌ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ଆହତ ଓ ମୃତ୍ୟୁବରଣ

କରିଥିବା ଲୋକମାନଙ୍କୁ କାର୍‌ରୁ ବାହାର କରିବା ପାଇଁ ପୁଲିସ ଓ ଉଦ୍ଧାର ଦଳକୁ ଇଲେକ୍ଟ୍ରିକ୍

କଟର୍‌ ଦ୍ୱାରା ଗାଡ଼ିକୁ କାଟିବାକୁ ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଧକ୍କା ପରେ କିଛି ଆହତ ଲୋକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ, କିଛି ଲୋକ କାର୍‌ ଭିତରେ ଭୟଙ୍କର ଭାବେ ଫସିରହିଥିଲେ। ଥାନା ଅଧିକାରୀ

ଜିତେନ୍ଦ୍ର ସ୍ୱାମୀ ସୂଚନା ଦେଇଛନ୍ତି ଯେ ଏହି ଦୁର୍ଘଟଣାରେ କାର୍‌ରେ ଖାଟୁଶ୍ୟାମ ଦର୍ଶନ କରି

ଫେରୁଥିବା ଚାରିଜଣ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande