୩ ଟି ମୃତ ଗୋରୁଙ୍କ ସମେତ ୧୬ ଉଦ୍ଧାର, ଗୋ ମାଫିଆ ଫେରାର
ଭଦ୍ରକ, ୨୪ ଜୁଲାଇ (ହି.ସ.) - ଗତକାଲି ବିଳମ୍ବିତ ରାତ୍ରିରେ ବାହାର ଜିଲ୍ଲାରୁ ଭଦ୍ରକ ସହର କୁ ଆସୁଥିବା ଏକ ପିକଅପ ଭ୍ୟାନରେ ବେଆଇନ ଗୋ ଚାଲାଣ ହେଉଥିବା ବେଳେ ଟାଉନ ଓ ପୁରୁଣାବଜାର ପୋଲିସର ମିଳିତ ଚଢ଼ାଉରେ ଧରାପଡିଛି। ପୌରାଂଚଳ ଅଧୀନସ୍ଥ କଂଟାବଣିଆ ଗ୍ରାମରେ ଗାଡ଼ି ଭିତରୁ ଗୋରୁ ମାନଙ୍କୁ ବାହାର କରୁଥିବା
16 GORU UDHAR, GO MAFIA FERAR


ଭଦ୍ରକ, ୨୪ ଜୁଲାଇ (ହି.ସ.) - ଗତକାଲି ବିଳମ୍ବିତ ରାତ୍ରିରେ ବାହାର ଜିଲ୍ଲାରୁ ଭଦ୍ରକ ସହର କୁ ଆସୁଥିବା ଏକ ପିକଅପ ଭ୍ୟାନରେ ବେଆଇନ ଗୋ ଚାଲାଣ ହେଉଥିବା ବେଳେ ଟାଉନ ଓ ପୁରୁଣାବଜାର ପୋଲିସର ମିଳିତ ଚଢ଼ାଉରେ ଧରାପଡିଛି। ପୌରାଂଚଳ ଅଧୀନସ୍ଥ କଂଟାବଣିଆ ଗ୍ରାମରେ ଗାଡ଼ି ଭିତରୁ ଗୋରୁ ମାନଙ୍କୁ ବାହାର କରୁଥିବା ବେଳେ ପୋଲିସ ଖବର ପାଇ ମିଳିତ ଚଢାଉ କରିଥିଲା। ତେବେ ରାତି ଅନ୍ଧାରର ସୁଯୋଗ ଦେଖି ବେଆଇନ ଗୋରୁ ବୋଝେଇ ଗାଡ଼ି ଓ ଗୋରୁ ଙ୍କୁ ଛାଡି ଗୋ-ମାଫିଆମାନେ ଫେରାର ହୋଇଯାଇଥିଲେ। ପୁଲିସ୍ ପିକଅପ ଗାଡ଼ି କୁ ଜବତ କରିବା ସହ ଗାଡ଼ି ଭିତରେ ଥିବା ୧୬ ଟି ଗୋରୁଙ୍କ ଉଦ୍ଧାର କରିଥିଲା। ତେବେ ସେଥିମଧ୍ୟରୁ ୩ ଟି ଗୋରୁ ଙ୍କ ମୃତ୍ୟୁ ହୋଇଯାଇଥିଲା। ୧୩ ଉଦ୍ଧାର ଗୋରୁ ମାନଙ୍କୁ ରାଣୀତାଲ ସ୍ଥିତ ଗୋଶାଳା ରେ ଛାଡି ଅଧିକ ତଦନ୍ତ ଚଳାଇଛି ଟାଉନ ପୋଲିସ। ତେବେ ଫେରାର ଥିବା ଗୋ-ମାଫିଆ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ନେଇ ଟାଉନ ପୋଲିସ ପକ୍ଷରୁ ସୂଚନା ମିଳିଛି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande