ଆଉ ୪ ସ୍ଲୁଇସ୍ ଗେଟ୍ ଖୋଲିଲା :  ହୀରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର, ୨୪ ଜୁଲାଇ (ହି.ସ.)- ଗୁରୁବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ୪ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦେଖି ବାମ ପାଶ୍ୱର୍ ଡାଇକ୍ ର ଆଉ ୨ଟି ସ୍ଲୁଇସ୍ ଗେଟ୍ ଓ ଡାହାଣ ପାଶ୍ୱର୍ ଡାଇକ୍ ର ଆଉ ୨ଟି ସ୍ଲୁଇସ୍ ଗେଟ୍ କୁ ଖୋଲା ଯାଇଛି । ଫଳରେ ଏବେ ମୋ
ହୀରାକୁଦ ଜଳଭଣ୍ଡାର


ସମ୍ବଲପୁର, ୨୪ ଜୁଲାଇ (ହି.ସ.)- ଗୁରୁବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ୪ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦେଖି ବାମ ପାଶ୍ୱର୍ ଡାଇକ୍ ର ଆଉ ୨ଟି ସ୍ଲୁଇସ୍ ଗେଟ୍ ଓ ଡାହାଣ ପାଶ୍ୱର୍ ଡାଇକ୍ ର ଆଉ ୨ଟି ସ୍ଲୁଇସ୍ ଗେଟ୍ କୁ ଖୋଲା ଯାଇଛି । ଫଳରେ ଏବେ ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୫ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୩ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।

ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୬୦୯.୪୩ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୯୦ ହଜାର ୭୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ୮ଟି ସ୍ଲୁଇସ୍ ଗେଟ୍‌, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୫ ହଜାର ୩୫୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିଲା ।

ପ୍ରକାଶ ଥାଉକି, ଗତ ୬ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଛଡାଯାଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande