ଆନ୍ତଃ ଅଭିଯୋଗ କମିଟି ତରଫରୁ ଏକ ଦିବସୀୟ କର୍ମଶାଳା
ନୂଆପଡ଼ା, ୨୪ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତଃ ଅଭିଯୋଗ କମିଟି ପକ୍ଷରୁ ସରକାରଙ୍କ ନିର୍ଦେଶ ଅନୁଯାୟୀ ଆନ୍ତଃ ଅଭିଯୋଗ କମିଟିର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଯୌନ ନିର୍
ଅନ୍ତଃ ଅଭିଯୋଗ କମିଟି ତରଫରୁ ଏକ ଦିବସୀୟ କର୍ମଶାଳା*


ନୂଆପଡ଼ା, ୨୪ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତଃ ଅଭିଯୋଗ କମିଟି ପକ୍ଷରୁ ସରକାରଙ୍କ ନିର୍ଦେଶ ଅନୁଯାୟୀ ଆନ୍ତଃ ଅଭିଯୋଗ କମିଟିର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଯୌନ ନିର୍ଯ୍ୟାତନା ନିବାରଣ ଆଇନ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସମ୍ପର୍କରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ,ସହଯୋଗୀ କର୍ମଚାରୀଙ୍କ ଦ୍ୱାରା ଆଲୋଚିତ ହୋଇଥିଲା ।କାର୍ଯ୍ୟରତ ମହିଳା କର୍ମଚାରୀ ତଥା ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ସଫଳ କରିବା ପାଇଁ ସାହାଯ୍ୟ ରେଖା ନମ୍ବର-୧୮୧ର ପ୍ରଚାର ସହ ସମ୍ବେଦନଶୀଳ /ସଚେତନମୂଳକ ଏକ ଦିବସୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ପଣ୍ଡା କାର୍ଯ୍ୟକ୍ରମର ଆବଶ୍ୟକତା, ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ, ସହଯୋଗୀ ମହିଳା ସୁରକ୍ଷା ସମ୍ବନ୍ଧରେ ସତର୍କତା ଅବଲମ୍ବନ କରିବା ପାଇଁ ଶପଥ ପାଠ କରିଥିଲେ । ଉକ୍ତ ସମୟରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡଃ. ରଣବୀର ସିଂହ, ଅଧ୍ୟାପକ ସୁନୀଲ କୁମାର ପାଢୀ, ସୂର୍ଯ୍ୟକାନ୍ତ ଠାକୁର, ଗୀତାଶ୍ରୀ ପ୍ରିୟମ୍ବଦା, ରାଜଲଷ୍ମୀ ରଥ, ବିୟୁଟି ଅଗ୍ରୱାଲ, ରୀତା ଦାଶ, ପ୍ରଣତୀ ପଣ୍ଡା, ରାଜେଶ୍ୱରୀ କରୁଁଆ, ତନୁଜା ସାହୁ, କାଜଲ ମେହେର, ରୀତା ବାରିକ, ପାୟଲ ପ୍ରଧାନ, ସନ୍ତୋଶୀ ଶର୍ମା, ଗୁଣବନ୍ତ ସାହୁ, ମୌସମ ପ୍ରଧାନ, ହରିହର ବେଶ୍ରା, ଚିତ୍ତ ରଞ୍ଜନ ଜେନା, ଜିତେନ୍ଦ୍ର କଳସାଇ ପ୍ରମୁଖ ସମସ୍ତ ସହଯୋଗୀ ଯୋଗ ଦେଇଥିଲେ । ଛାତ୍ରୀ ପ୍ରତିନିଧି ଜ୍ୟୋତ୍ସ୍ନାମୟୀ, ଶ୍ରଦ୍ଧା ଏବଂ ଗିରିସୂତାଙ୍କ ସହ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande