କେନ୍ଦୁଝର, ୨୪ ଜୁଲାଇ (ହି.ସ.)-
ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ବିଧାନସଭା ସ୍ଥାୟୀ କମିଟି ୫ ର ସଦସ୍ୟ ମାନେ। ବିଧାୟକ ବିଭୂତି ଭୂଷଣ ଦାସ ଅଧ୍ୟକ୍ଷତାରେ ଏହି ଗୃହ କମିଟି ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାସହ ଏହି କମିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଧରଣୀଧର ଭେଷଜ ମହାବିଦ୍ୟାଳୟ ବୁଲି ଏଠାରେ ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ ।
ଏହି କମିଟି ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କିପରି ଅଧିକ ତ୍ଵରାନିତ ହେବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତା'ର ରିପୋର୍ଟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA