ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଦାୟକାଳୀନ ଓ ସ୍ବାଗତ ସମ୍ବର୍ଦ୍ଧନା ସଭା
ଜୟପୁର, ୨୪ ଜୁଲାଇ (ହି.ସ.)- ଦୀର୍ଘ ଦିନ ଧରି ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଚପରାଶି ପଦବୀ ଖାଲି ପଡିଥିଲା ବେଳେ ବିଭିନ୍ନ ସ୍ତରରୁ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା I ଅପରପକ୍ଷରେ ୩ ଜଣ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପଦବୀ ମଧ୍ୟ
ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ବିଦାୟକାଳୀନ ଓ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ


ଜୟପୁର, ୨୪ ଜୁଲାଇ (ହି.ସ.)-

ଦୀର୍ଘ ଦିନ ଧରି ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଚପରାଶି ପଦବୀ ଖାଲି ପଡିଥିଲା ବେଳେ ବିଭିନ୍ନ ସ୍ତରରୁ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା I

ଅପରପକ୍ଷରେ ୩ ଜଣ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପଦବୀ ମଧ୍ୟ ଖାଲି ପଡ଼ିଥିଲା ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଜଣେ ଚପରାଶି ଓ ୨ ଜଣ ପ୍ରଧାନ ଶିକ୍ଷକଙ୍କୁ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କର୍ମାନ୍ତର ପ୍ରେରଣ କରିଥିବା ଜଣାପଡିଛି l ଶ୍ରୀ ଅନିଲ୍ କୁମାର ସାଗର, ବୋରିଗୁମ୍ମା ଉଚ୍ଚ ବିଦ୍ୟାଳୟରୁ ବଦଳି ହୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜୟପୁର ଠାରେ ଯୋଗଦାନ କରିଥିଲେ I

ଜାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ଗାଦବା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କେ. ଗୋପାଳ ପ୍ରଧାନ, ଏକମ୍ବା ଭାରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କର୍ମାନ୍ତର ପ୍ରେରଣରେ ଯୋଗଦାନ କରିଥିଲେ l ଅନ୍ୟପକ୍ଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ପଦ୍ମେଶ୍ୱର ବିଷୋୟୀ ଜୟପୁରରୁ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇ ତାଙ୍କ ସ୍ଥାନରେ ଲମତାପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବଦଳି ହୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜୟପୁର ଠାରେ ଯୋଗଦାନ କରିଥିଲେ I ତେଣୁ ତାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରି ଓ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିବା ଜଣାପଡିଛି I

ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଓ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ/ ସଂଯୋଜିକା ଯୋଗଦାନ କରିବା ସହିତ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ଶଶୀଭୂଷଣ ଦାଶ୍ ଉକ୍ତ ସଭାରେ ସଭାପତିତ୍ବ କରିଥିଲେ l ସମସ୍ତ ବିଦାୟୀ ଓ ନୂତନ ଭାବେ ଯୋଗଦେଇଥିବା କର୍ମଚାରିଙ୍କୁ ଉପଢୌକନ, ଫୁଲତୋଡ଼ା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ଶ୍ରୀ ଦାଶ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande