ପ୍ର୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ
ଜୟପୁର, ୨୪ ଜୁଲାଇ (ହି.ସ.) - ଗତ ଦୁଇଦିନ ଧରି ଆମ ପେପର୍ ମିଲ ର ଠିକାଦାର ମଜଦୂର୍ ସଂଘ ଦରମା ନିମନ୍ତେ ଦେଇଥିବା ଧାରଣାକୁ , ତିନି ନମ୍ୱର୍ ୟୁନିଅନ ଏବଂ ଚାରି ନମ୍ୱର୍ ୟୁନିଅନ ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରିଥିଲେ, ଗତ ଦୁଇ ଦିନ ଧରି ଚାଲିଥିବା ଅନେକ ଥର ର ଆଲୋଚୋନା ପରେ ଆଜି ତା ୨୪/୦୭/୨୫ ସଂଧ୍ୟା ଆ
ପ୍ର୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ


ଜୟପୁର, ୨୪ ଜୁଲାଇ (ହି.ସ.) - ଗତ ଦୁଇଦିନ ଧରି ଆମ ପେପର୍ ମିଲ ର ଠିକାଦାର ମଜଦୂର୍ ସଂଘ ଦରମା ନିମନ୍ତେ ଦେଇଥିବା ଧାରଣାକୁ , ତିନି ନମ୍ୱର୍ ୟୁନିଅନ ଏବଂ ଚାରି ନମ୍ୱର୍ ୟୁନିଅନ ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରିଥିଲେ, ଗତ ଦୁଇ ଦିନ ଧରି ଚାଲିଥିବା ଅନେକ ଥର ର ଆଲୋଚୋନା ପରେ ଆଜି ତା ୨୪/୦୭/୨୫ ସଂଧ୍ୟା ଆଠ ଘଂଟା ସମୟରେ ମ୍ୟାନେଜମଂଟର ଏଚ ଆର୍ ମୁଖ୍ୟ ରମେଶ ୟାଦବ ଙ୍କ ସହିତ ଠିକାଦାର ମଜଦୂର ସଂଘ ର ସଭାପତି ଶ୍ରୀ ଭୀମରାଓ, ଧର୍ମେନ୍ଦ୍ର ରାୟ, ପୀତବାସ ପାଣିଗ୍ରାହୀ, ଏବଂ ଅନ୍ୟମାନେ,ତିନି ନମ୍ୱର୍ ୟୁନିୟନର ସଭାପତି, ଆମନ୍ ଉଜବିନ ନାଇକ, ଉମା ପାଣିଗ୍ରାହୀ, ଭଗବାନ୍ ଚୌଧୁରୀ,ସୁଦର୍ଶନ ସେଠୀ, ରବି ସେଠୀ,ଚାରି ନମ୍ୱର୍ ୟୁନିୟନର ଶ୍ରୀ ପ୍ରଦୀପ କୁମାର୍ ରାୟ, ଉପେନ୍ଦ୍ର ଜେନା, ବୁଲୁ ପରିଛା,ସଞ୍ଜୀବ ମାଦଳା,ସୁନିଲ ସାହୁ, ବେଦ ରଣା, ଚିତ ପାତ୍ର,ଏବଂ ତିନିଟା ୟୁନିୟନର ଅନ୍ୟ ଏକ୍ସକ୍ୟୁଟିଭ ବୋଡି ମେମ୍ବର ମାନଙ୍କ ମଧ୍ୟରେ ସ୍ଥିର ହେଲା ଯେ, ଆସନ୍ତା ଅଗଷ୍ଟ ମାସ ଏକ ତାରିଖରେ ଗୋଟିଏ ମାସର ଦରମା ଦିଆଯିବ, ଏବଂ ସେହି ମାସରେ ଆଉ ଗୋଟେ ଦରମା ଦେବା ନିମନ୍ତେ ଚେଷ୍ଟା କରାଯିବ।

ଯେଉଁ ଗୁଜବ କିଛି ଅସାଧୁ ନେତା ମାନେ ସୃଷ୍ଟି କରୁଛନ୍ତି ଯେ, ମିଲ ଆଉ ଚାଲିବ ନାହିଁ ବୋଲି, ସେ ବିଷୟରେ ମଧ୍ୟ ମ୍ୟାନେଜମେଂଟ ଦୃଢକ୍ତି ସହ ଘୋଷଣା କଲେ ଯେ, କୌଣସି ପରିସ୍ଥିତିରେ ମିଲ ବନ୍ଦ୍ ହେବନାହିଁ। ଦୁଇଦିନ ଧରି ଚାଲିଥିବା ଅନ୍ଦୋଳନକୁ ପ୍ର୍ରତିଶୃତି ମିଳିବା ପରେ ବନ୍ଦ୍ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande