ଭାରାତମାଳା କ୍ୟାମ୍ପ ରୁ ଡକାୟତି ମାମଲାରେ ତିନି ଗିରଫ
ଜୟପୁର, ୨୪ ଜୁଲାଇ (ହି.ସ.) - ଭାରତ ମାଳା କ୍ୟାମ୍ପରୁ ଡକାୟତି ମାମଲାରେ ତିନି ଗିରଫ। କୋରାପୁଟ ଜିଲ୍ଲା ବୋରିଗୁମ୍ମା କାମରା ଅଂଚଳରେ ଭାରତ ମାଳା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଶ୍ରମିକ ଏବଂ ସୁପ୍ରଭାଇଜର ଏକ କ୍ୟାମ୍ପ କରୁ ରହୁଥିଲେ ୧/୧୦/୨୪ ତାରିଖ ରାତି ତିନିଟା ସମୟରେ ଚା
ଭାରାତମାଳା କ୍ୟାମ୍ପ ରୁ ଡକାୟତି ମାମଲାରେ ତିନି ଗିରଫ


ଜୟପୁର, ୨୪ ଜୁଲାଇ (ହି.ସ.) - ଭାରତ ମାଳା କ୍ୟାମ୍ପରୁ ଡକାୟତି ମାମଲାରେ ତିନି ଗିରଫ। କୋରାପୁଟ ଜିଲ୍ଲା ବୋରିଗୁମ୍ମା କାମରା ଅଂଚଳରେ ଭାରତ ମାଳା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଶ୍ରମିକ ଏବଂ ସୁପ୍ରଭାଇଜର ଏକ କ୍ୟାମ୍ପ କରୁ ରହୁଥିଲେ ୧/୧୦/୨୪ ତାରିଖ ରାତି ତିନିଟା ସମୟରେ ଚାରି ଡକାୟତ କ୍ୟାମ୍ପ ଭିତରେ ପଶି ସୁପ୍ରଭାଇଜର ଏବଂ ଶ୍ରମିକଙ୍କୁ ଏକ ଦୌଡ଼ି ସାହାଯ୍ୟରେ ବାନ୍ଧି ସେମାନଙ୍କ ଠାରୁ ଏକ ହିରୋ ଏଚ ଏଫ ବାଇକ, ତିନୋଟି ମୋବାଇଲ ଫୋନ,ଷ୍ଟିଲ କଟିଂ ମେସିନ, ରୋଡ଼ କଟିଂ ମେସିନ ଏବଂ ନଗଦ ଆଠ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବୋରିଗୁମ୍ମା ଥାନାରେ ସୁପ୍ରଭାଇଜର ଏକ ଲିଖିତ ଅଭିଯୋଗ କରିଥିଲେ। ବୋରିଗୁମ୍ମା ଥାନା ଏଏସଆଇ ଦ୍ରନାଚାର୍ଯ୍ୟ ବାଘ ଗତି ବିଧିକୁ ଲକ୍ଷ କରି ଚାରି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ସେଥି ମଧ୍ୟରୁ ଜଣେ ନାବାଳକ ଥିବା ସୂଚନା ମିଳିଛି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଜବତ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଜି ବୋରିଗୁମ୍ମା ଏସଡ଼ିପିଓ ସତ୍ୟବ୍ରତ ଲେଙ୍କା ପ୍ରେସ ମିଟ ରେ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande