ଭଦ୍ରକ ଜିଲା କଂଗ୍ରେସ କମିଟି ପକ୍ଷରୁ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା
ଭଦ୍ରକ ଜିଲା କଂଗ୍ରେସ କମିଟି ପକ୍ଷରୁ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭାଭଦ୍ରକ, ୨୪ ଜୁଲାଇ (ହି.ସ.) - ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ପାଇଁ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳ
CONGRESS PAKHYARU SOUMYASHREE SRADHANJALI SABHA


ଭଦ୍ରକ ଜିଲା କଂଗ୍ରେସ କମିଟି ପକ୍ଷରୁ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭାଭଦ୍ରକ, ୨୪ ଜୁଲାଇ (ହି.ସ.) - ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ପାଇଁ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମୋକିତ ଖାଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନେତା ରାଧାକାନ୍ତ ସାମଲ, ଦେବେନ୍ଦ୍ର ମହାନ୍ତି, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା,ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି,,ପୀତବାସ ଧଳ,ପଦ୍ମ୍ୟୁନ ଦାସ, ରବି ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସୌମ୍ୟାଶ୍ରୀ ଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅତ୍ୟାଚାରକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ନ୍ୟାୟ ଦେବାରେ ସରକାର ସମ୍ପୂର୍ଣ ବିଫଳ ହୋଇଛି କ୍ଷକ୍ଷ ତାଙ୍କ ମୃତ୍ୟୁ ପାଇଁ ଯେଉଁ ମାନେ ଦାୟି ସେହି ଆସାମୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରଦ୍ଧାଞ୍ଜଳି ସଭାରେ ନେତା ମାନେ ଦୃଢ ଦାବୀ କରିଥିଲେ । ସେହିପରି ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନାରୀ ମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର, ଧର୍ଷଣ ଓ ବଳାତ୍କାର ଘଟଣାକୁ ନେଇ ନେତା ମାନେ ପରୋକ୍ଷ ରେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ କଂଗ୍ରେସ ଦଳ ଆଗାମୀ ଦିନ ରେ ଆନ୍ଦୋଳନାତ୍ମକ ପନ୍ଥା କୁ ଜୋରଦାର କରିବ ବୋଲି ନେତା ମାନେ ବକ୍ତବ୍ୟ ଦେଇଥିଲେ । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ମୃତ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦଳୀୟ କର୍ମୀ ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନାରୀନେତ୍ରୀ ହସିନା ବେଗମ,ଅବଦୁଲ ସଲାମ, ମନୋରଞ୍ଜନ ଦାସ, ବିଜୟ ବାରିକ,ସୁଶାନ୍ତ ଦାସ, ରବି ନାରାୟଣ ଜେନା, ଧରିତ୍ରୀ ଜେନା,ଯୁବ ନେତା ଫୟାଜ, ବବଲୁ ପ୍ରମୁଖ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande