ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ
ଭୁବନ, ୨୪ ଜୁଲାଇ (ହି.ସ.) - ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଦ୍ୟାର୍ଥୀ ଙ୍କ ନିମନ୍ତେ ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ଗୁରୁବାର ଠାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ଏହି ଅବସରରେ ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଲ ଚନ୍ଦନ ଦେଇ ନବାଗତ ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ +
ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ


ଭୁବନ, ୨୪ ଜୁଲାଇ (ହି.ସ.) - ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଦ୍ୟାର୍ଥୀ ଙ୍କ ନିମନ୍ତେ ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ଗୁରୁବାର ଠାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ଏହି ଅବସରରେ ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଲ ଚନ୍ଦନ ଦେଇ ନବାଗତ ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ +୨ ଅଧ୍ୟକ୍ଷା ସୁପ୍ତିମୟୀ ସେନଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜର ନୀତି,ନିୟମ,ଆଦର୍ଶ ଓ ଶୃଙ୍ଖଳା ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରୀ ମାନେ ଦେଶ ଗଠନ ରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ ।

ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରଣତୀ ବେହେରା ଓ ଅର୍ଥନୀତି ଅଧ୍ୟାପିକା ମଞ୍ଜୁସା ମଞ୍ଜରୀ ମିଶ୍ର, ଇଂରାଜୀ ଅଧ୍ୟାପିକା ଡ଼ଃ ତେଜସ୍ୱୀନି ବେହେରା, ବାଣିଜ୍ୟ ବିଭାଗ ଅଧ୍ୟାପକ ସୁଧାଂଶୁ ଶେଖର ଓଝା, ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନବାଗତ ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande