କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ସୌମ୍ୟାଶ୍ରୀଙ୍କ ଏକାଦଶାହରେ ଦୀପ ପ୍ରଜ୍ଜ୍ୱଳନ ସହ ନୀରବ ପ୍ରାର୍ଥନା
କେନ୍ଦୁଝର, ୨୪ ଜୁଲାଇ (ହି.ସ.)- ଆଜି ଥିଲା ଫକୀର ମୋହନ କଲେଜର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହ। ଏଗାର ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମନରୁ ଝିଅଟିର କରୁଣ ମୃତ୍ୟୁ କାହାଣୀ ଲିଭି ନାହିଁ ଅନେକ ଏହାକୁ ଜୀବନ ସାରା ମନେ ରଖିବେ । ଝିଅଟି ନିର୍ଯ୍ୟାତନା ବିରୁଦ୍ଧରେ ସଂଗ୍ରାମ କରି
କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ସୌମ୍ୟାଶ୍ରୀଙ୍କ ଏକାଦଶାହରେ ଦୀପ ପ୍ରଜ୍ଜ୍ୱଳନ ସହ ନୀରବ ପ୍ରାର୍ଥନା


କେନ୍ଦୁଝର, ୨୪ ଜୁଲାଇ (ହି.ସ.)-

ଆଜି ଥିଲା ଫକୀର ମୋହନ କଲେଜର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହ। ଏଗାର ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମନରୁ ଝିଅଟିର କରୁଣ ମୃତ୍ୟୁ କାହାଣୀ ଲିଭି ନାହିଁ ଅନେକ ଏହାକୁ ଜୀବନ ସାରା ମନେ ରଖିବେ । ଝିଅଟି ନିର୍ଯ୍ୟାତନା ବିରୁଦ୍ଧରେ ସଂଗ୍ରାମ କରିଥିଲା ଶେଷ ପର୍ଯ୍ୟନ୍ତ ତେବେ ଲଢୁଆ ଝିଅ ଦେହରେ କିପରି ନିଆଁ ଲାଗିଲା ତାକୁ ନିଆଁ ଲଗାଇ ଦିଆଯାଇଛି ନା ଏହା କରିବାକୁ ବାଧ୍ଯ କରାଯାଇଛି ତାହା ଏଯାଏ ସନ୍ଦେହ ଘେରରେ ରହିଛି । ତେଣୁ ଏହି ଘଟଣା ପରେ ପ୍ରଥମ ଦିନରୁ କଂଗ୍ରେସ ଦଳ ଝିଅକୁ ନ୍ୟାୟ ଲାଗି ଆନ୍ଦୋଳନ କରୁଛି। ପର୍ଯ୍ୟାୟ କ୍ରମେ ଆନ୍ଦୋଳନ ଚାଲି ଥିଲାବେଳେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଆଜି ସୌମ୍ୟାଶ୍ରୀଙ୍କ ଏକାଦଶାହ ଅବସରରେ ଜିଲ୍ଲା କଂଗ୍ରେସ ଭବନରେ ତାଙ୍କ ଆତ୍ମାର ସଦଗତି କାମନା କରି ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଧୂପ ପ୍ରଦାନ କରାଯାଇଥିଲା। ମହମବତୀ ଜଳାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା କର୍ମୀଙ୍କ ସହ ଅନେକ ଯୁବ ଛାତ୍ର ଯୋଗ ଦେଇଥିଲେ। ଜିଲ୍ଲା କଂଗ୍ରେସ ସଂଯୋଜିକା ସୁଶ୍ରୀ ସଂଗୀତା ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶୋକ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ପୂର୍ବତନ ସଦର ବିଧାୟକ ତଥା ପିସିସି ସାଧାରଣ ସଂପାଦକ ସୁବର୍ଣ୍ଣ ନାୟକ, ପିସିସି ଦଳିତ ସେଲ ସାଧାରଣ ସମ୍ପାଦକ ରଘୁନାଥ ପାତ୍ର ଓ କ୍ଷୀରୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର,ବସନ୍ତ ଦାସ, ରତ୍ନାକର ଜେନା, ପ୍ରତିଭା ମଞ୍ଜରୀ ନାୟକ,ଉତ୍ତମ କୁମାର ସାହୁ, ଐତିହ୍ୟ ଦିବ୍ୟ ସିଂହ, ସୁଢଳ କୁମାର ସେଠୀ, ପୂର୍ଣ୍ଣ ଚନ୍ଦ୍ର ଦାସ, ଦିନେଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande