ଦିବଙ୍ଗତ ଦୁଇ ପ୍ରମୁଖ ରକ୍ତଦାତାଙ୍କୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର, ୨୪ ଜୁଲାଇ(ହି.ସ.) – ସମ୍ବଲପୁର ସହରର ଦୁଇଜଣ ପ୍ରମୁଖ ରକ୍ତଦାତା ତଥା ସମାଜ ସଚେତକଙ୍କ ଅକାଳ ବିୟୋଗରେ ସାମାଜିକ ଅନୁଷ୍ଠାନ ‘ଉତ୍ସର୍ଗ'' ପକ୍ଷରୁ ଏକ ଶୋକ ସଭାରେ ଦୁଇ ଅମର ଆତ୍ମାର ସଦଗତି କାମନାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ୱର୍ଗତ ସୁନୀଲ ମହାପାତ୍ର ବି-ପଜିଟିଭ) ଓ ସ୍ୱର୍ଗତ ଭୀମ
ଦିବଙ୍ଗତ ଦୁଇ ପ୍ରମୁଖ ରକ୍ତଦାତାଙ୍କୁ ଶ୍ରଦ୍ଧାଞ୍ଜଳି


ସମ୍ବଲପୁର, ୨୪ ଜୁଲାଇ(ହି.ସ.) – ସମ୍ବଲପୁର ସହରର ଦୁଇଜଣ ପ୍ରମୁଖ ରକ୍ତଦାତା ତଥା ସମାଜ ସଚେତକଙ୍କ ଅକାଳ ବିୟୋଗରେ ସାମାଜିକ ଅନୁଷ୍ଠାନ ‘ଉତ୍ସର୍ଗ' ପକ୍ଷରୁ ଏକ ଶୋକ ସଭାରେ ଦୁଇ ଅମର ଆତ୍ମାର ସଦଗତି କାମନାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ୱର୍ଗତ ସୁନୀଲ ମହାପାତ୍ର ବି-ପଜିଟିଭ) ଓ ସ୍ୱର୍ଗତ ଭୀମ ରାଜ ଅଗ୍ରୱାଲ(ଓ-ପଜିଟିଭ)ଙ୍କ ଅକାଳ ବିୟୋଗରେ ଉତ୍ସର୍ଗ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଉଭୟଙ୍କ ଅମର ଆତ୍ମା ପ୍ରତି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉଭୟେ ମାନବିକତାର ନିଦର୍ଶନ ଓ ସମାଜ ପାଇଁ ଉତ୍ସର୍ଗୀକୃତ ଥିଲେ ବୋଲି ‘ଉତ୍ସର୍ଗ' ପରିବାରର ସଭ୍ୟବୃନ୍ଦ ସୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଶାନ୍ତ ପାଟ୍ଟଯୋଶୀ, ପ୍ରଫୁଲ୍ଲ କୁମାର ହୋତା, ସୁଧୀର ପୂଜାରୀ, ହରି ଶଙ୍କର ମେହେର, ଶିବ ନାରାୟଣ ପାଣିଗ୍ରାହୀ, କୁନା ଦାନୀ, ସୁରେଶ ପଟ୍ଟନାୟକ, ସନତ ବେହେରା, ରାଜେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande