ଗୋଶାଳାରେ ପଶି ଚାରା ଖାଇଲା ଦନ୍ତା ହାତୀ
କେନ୍ଦୁଝର, 24 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। କେତେବେଳେ ହାତୀ ଫସଲ ନଷ୍ଟ କଲାଣି ତ କେତେବେଳେ ଘରେ ପଶି ଧାନ ଖଳିଲାଣି। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାଟଣା ରେଞ୍ଜ ବୈତରଣୀ ନଦୀ କୂଳରେ ଥିବା ପରମେଶ୍ବର ଶିବ ମନ୍ଦିର ପରିସରରେ। ଶିବ ମନ୍ଦିର ପରି
ଗୋଶାଳାରେ ପଶି ଚାରା ଖାଇଲା ଦନ୍ତା ହାତୀ


କେନ୍ଦୁଝର, 24 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। କେତେବେଳେ ହାତୀ ଫସଲ ନଷ୍ଟ କଲାଣି ତ କେତେବେଳେ ଘରେ ପଶି ଧାନ ଖଳିଲାଣି। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାଟଣା ରେଞ୍ଜ ବୈତରଣୀ ନଦୀ କୂଳରେ ଥିବା ପରମେଶ୍ବର ଶିବ ମନ୍ଦିର ପରିସରରେ। ଶିବ ମନ୍ଦିର ପରିସରରେ ଥିବା ଗୋଶାଳା ଭିତରେ ଖାଦ୍ୟ ଅନ୍ୱେଷଣରେ ପଶିଯାଇଥିଲା ଏକ ଦନ୍ତା ହାତୀ। ଖାଦ୍ୟ ଖାଇବା ପରେ ଦନ୍ତାଟି ବାହାରି ଚାଲିଯାଇଥିଲା। ଏହି ଦୃଶ୍ୟ ଏବେ ମୋବାଇଲରେ ଭାଇରାଲ ହେବାରେ ଲାଗିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande