ନାରୀ ନ୍ୟାୟପାଇଁ ବାଲେଶ୍ୱର ଫକିରମୋହନ କଲେଜର ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା
କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ରାଜ୍ୟ ଶାସନ ଭାର ସମ୍ଭାଳୁଥିବା ବିଜେପି ଡବଲ ଇଂଜିନ ସରକାର ନାରା ଦେଇ ବିକାଶର କଥା କହୁଥିବା ବେଳେ ରାଜ୍ୟରେ ମହିଳା, ଶିଶୁ ନଖୋଜ ଓ ନାରୀ ନିର୍ଯାତନା ବିଷୟରେ କୁମ୍ଭକର୍ମ ନିଦ୍ରାରେ ଶୋଇ ପଡୁଛନ୍ତି । ବିଦ୍ୟାଳୟ ଠାରୁ ଆରମ୍ଭକରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀମା
ନାରୀ ନ୍ୟାୟପାଇଁ ବାଲେଶ୍ୱର ଫକିରମୋହନ କଲେଜର ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା


କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ରାଜ୍ୟ ଶାସନ ଭାର ସମ୍ଭାଳୁଥିବା ବିଜେପି ଡବଲ ଇଂଜିନ ସରକାର ନାରା ଦେଇ ବିକାଶର କଥା କହୁଥିବା ବେଳେ ରାଜ୍ୟରେ ମହିଳା, ଶିଶୁ ନଖୋଜ ଓ ନାରୀ ନିର୍ଯାତନା ବିଷୟରେ କୁମ୍ଭକର୍ମ ନିଦ୍ରାରେ ଶୋଇ ପଡୁଛନ୍ତି । ବିଦ୍ୟାଳୟ ଠାରୁ ଆରମ୍ଭକରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀମାନେ ଅସୁରକ୍ଷିତ, ଜ୍ୱଳନ୍ତ ଉଦାହରଣ ଏଫଏମ ମହାବିଦ୍ୟାଳୟର ଛାତ୍ରୀ ଅଧ୍ୟାପକଙ୍କ ଲୋଲୁପ ଦୃଷ୍ଟିରୁ ବଞ୍ଚିବା ପାଇଁ ନାରୀ ଜାତିର ସମ୍ମାନକୁ ରକ୍ଷା କରିବା ପାଇଁ କଲେଜ ପରିଷରରେ ନିଜର ଆତ୍ମହୁତି ଦେଇଦେଲେ । ନାରୀ ଜାତିରମାନ ସଂଭ୍ରମ ରକ୍ଷା କରିବା ପାଇଁ ଦାବିି କରିଥିବା ଜାତୀୟ କଂଗ୍ରେସ ଆଜି ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏ ସରକାରଙ୍କ ଠାରୁ ଉଚିତ ଜବାବ ତ୍ୱରିତ ନ୍ୟାୟ ପାଇଁ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିଛନ୍ତି । ସଭାପତିଙ୍କ ଆହ୍ୱାନରେ ଓଡିଶା ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାବେଳେ ଆଜି ଦିବଙ୍ଗତା ସୈାମ୍ୟଶ୍ରୀ ବିଶିଙ୍କର ଏକାଦଶହରେ ନୀରବ ପ୍ରାର୍ଥନା ଓ ଦୀପ ଦାନ କାର୍ଯ୍ୟକ୍ରମ ପାଳିତ ହେଉଛି । କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନ ଠାରେ ଜିଲ୍ଲା କଗ୍ରେସ ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ସୈମ୍ୟଶ୍ରୀ ବିଶିଙ୍କ ଫଟୋ ଚିତ୍ରରେ ପୁଷ୍ପଦାନ ଓ ପ୍ରଦୀପ ପ୍ରଜ୍ୟୋଳନ କରି ଉପସ୍ଥ୍‌ିତ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଓ ଶତାଧିକ କର୍ମୀ ତାଙ୍କର ଏକାଦଶହରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ପଣ୍ଡା, ମତ୍ସଜୀବି କଂଗ୍ରେସ ବିଭାଗର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ହଳଧର ସେଠୀ, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଜିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ସତ୍ୟପ୍ରିୟ ସାମଲ, ଯୁବ ନେତା ଉମେଶ ପାଢ଼ୀ, ରଶ୍ମୀ ରଂଜନ ରାଉତରାୟ, ସୁମନ୍ତ ରାଉତ, ହିମାଂଶୁ ନନ୍ଦ, ଚିତ୍ତରଜନ ତରାଈ, ଉଦୟଭାନୁ ପଢିଆରୀ, ଡେରାବିଶି ବ୍ଲକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀ, ରଜନୀକାନ୍ତ ସାମଲ, ଅର୍ଜୁନ ମଲିକ, ବିଦୁଲତା ପଲାଇ, ଅକ୍ଷୟ କୁମାର ପଣ୍ଡା ବିକାଶ ରଂଜନ ପଣ୍ଡା, କିଶୋର ସାହୁ, ସ୍ମୁତି ରଂଜନ ପାଢ଼ୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଆଳି ଓ ରାଜକନିକା ବ୍ଲକ କଂଗ୍ରେସ କମିଟି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାବେଳେ ବିଭିନ୍ନ କଲେଜ ଗୁଡିକରେ ନୀରବ ପ୍ରାର୍ଥନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande