ଆଇଏଏସ୍ ଅଦଳବଦଳ : ରାଜେଶ ପ୍ରଭାକର ପାଟିଲ ହେଲେ ସମବାୟ ସଚିବ
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.) - ରାଜ୍ୟ ସରକାର ଗୁରୁବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତି ଅନୁସାରେ ୧୩ ଜଣ ଆଇଏଏସ୍ ଅଧିକାରୀଙ୍କର ବଦଳି ହୋଇଛି। ୨୦୦୫ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ତଥା ବିଏମ୍‌ସି କମ
ଆଇଏଏସ୍ ଅଦଳବଦଳ : ରାଜେଶ ପ୍ରଭାକର ପାଟିଲ ହେଲେ ସମବାୟ ସଚିବ


ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.) - ରାଜ୍ୟ ସରକାର ଗୁରୁବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତି ଅନୁସାରେ ୧୩ ଜଣ ଆଇଏଏସ୍ ଅଧିକାରୀଙ୍କର ବଦଳି ହୋଇଛି।

୨୦୦୫ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ତଥା ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏହାସହିତ ସେ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ୨୦୦୯ ବ୍ୟାଚ୍‌ର ଆଇଏଏସ୍ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ସଂସ୍କୃତି ସଚିବ ଦାୟିତ୍ୱ ମିଳିଛି। ସେହିପରି ପ୍ରଯୁକ୍ତିବିଦ୍ୟା ଶିକ୍ଷା ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରମୋସନ କାଉନ୍‌ସିଲ୍‌ରେ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

ରାଜ୍ୟ ସରକାର ପ୍ରେକ୍ଷା ଅଗ୍ରୱାଲଙ୍କୁ ଧର୍ମଗଡ଼, ପ୍ରଣିତା ଦାଶଙ୍କୁ ବାଲିଗୁଡ଼ା, କସ୍ତୁରୀ ପଣ୍ଡାଙ୍କୁ କରଞ୍ଜିଆ, ଅଭିଷେକ ଦିଲୀପ ଦୁଡହାଲ୍ ଙ୍କୁ ଗୁଣୁପୁର, ଅସ୍ନୀ ଏ ଏଲଙ୍କୁ ନବରଙ୍ଗପୁର, ସି. ସରବଣାଙ୍କୁ କୁଚିଣ୍ଡା, ତେଜସ୍ୱିନୀ ବେହେରାଙ୍କୁ ସୁନ୍ଦରଗଡ଼, ଶିବ ମାଲବ୍ୟଙ୍କୁ ଆନନ୍ଦପୁର, ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande