ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପାଇଁ ନିରବ ପ୍ରାର୍ଥନା
ଜୟପୁର, ୨୪ ଜୁଲାଇ (ହି.ସ.)- ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନରେ ଆଜି ନିରବ ପ୍ରାର୍ଥନା କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ ଆଜି ୧ ମନିଟ ନିରବ ପ୍ରାର୍ଥନା କରାଯାଇଛି । ବାଲେଶ୍ୱର ସ୍ଥିତ ଫକୀରମୋହନ ମହାବିଦ୍ୟାଳୟର ଦିବଙ୍ଗତା ଛାତ୍ରୀ ସୌମ୍ୟାଶ୍ରୀ ବି
ଛାତ୍ରୀ ସୌମ୍ୟାଶ୍ରୀ ବିସି ଙ୍କ ନ୍ୟାୟ ପାଇ ନିରବ ପାର୍ଥନା


ଜୟପୁର, ୨୪ ଜୁଲାଇ (ହି.ସ.)- ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନରେ ଆଜି ନିରବ ପ୍ରାର୍ଥନା କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ ଆଜି ୧ ମନିଟ ନିରବ ପ୍ରାର୍ଥନା କରାଯାଇଛି । ବାଲେଶ୍ୱର ସ୍ଥିତ ଫକୀରମୋହନ ମହାବିଦ୍ୟାଳୟର ଦିବଙ୍ଗତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପାଇଁ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଛି । ସ୍ୱର୍ଗତ ସୌମ୍ୟଶ୍ରୀ ବିଶିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଚଳି ଦିଆଯାଇଛି ।

ଏହି କାର୍ଯ୍ୟ କ୍ରମରେ ଜୟପୁର ପୌର ଅଧ୍ୟକ୍ଷ ତଥା ନଗର ସଭାପତି ନରେନ୍ଦ୍ର କୁମାର ମହାନ୍ତି, ଜିଲା ମହିଳା କଂଗ୍ରେସ ସଭାନେତ୍ରି ନଳିନି ରଥ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ, ବରିଷ୍ଠ କଂଗ୍ରେସ ନେତା କୃଷ୍ଣ ନେପାକ, କାଉନସିଲର ପ୍ରଣବ ନାୟକ, ସସ୍ମିତା ରଥ, ଗଙ୍ଗା ସାହୁ, ସୁପ୍ରିୟା ପ୍ରିୟ ଦର୍ଶନୀ, ବିଶ୍ୱଜିତ ଦଣ୍ଡସେନା, ବଳ ରାମ ପାଣିଗ୍ରାହୀ, ଲକ୍ଷ୍‌ମୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande