ଜୟପୁର, ୨୪ ଜୁଲାଇ (ହି.ସ.)- ଜୟପୁର ପାରାବେଢା ସ୍ଥିତ ରେଭୁନ୍ୟ କୋଲନିରେ ଜବରଦଖଲରେ ଥିବା କ୍ଲବ ହାଉସ କୁ ଆଜି ଉଛେଦ କରିଛି ପ୍ରଶାସନ । ରାଜସ୍ୱ ବିଭାଗ ଓ ଜୟପୁର ପୌଳପାଳିକା ତରଫରୁ ପୋଲିସ ଉପସ୍ଥିତିରେ ଉଛେଦ କରାଯାଇଛି । ଜେସିବି ଦ୍ୱାରା ଉଛେଦ କରାଯାଇଛି । ଏହା ସହ ବ୍ଲକ ଅଫିସର ରାସ୍ତାର ଦଶହରା ପଡିଆ ସମ୍ମୁଖରେ ୬ରୁ ୭ଟି ଦୋକାନକୁ ନୋଟିସ କରାଯାଇଥିଲା ବର୍ତମାନ କେତୋଟି ନୂଆ ଦୋକାନ ପଡିଛି । ସେମାନଙ୍କୁ ତାଗିଦ କରାଯାଇଛି । ଆଜି ସଂନ୍ଧ୍ୟା ସୁଦ୍ଧା ଉଛେଦ ନକଲେ ଆସନ୍ତାକାଲି ପ୍ରଶାସନ ଆଶି ଉଛେଦ କରିବ ବୋଲି ପ୍ରଶାସନ ତରଫରୁ ତାଗିଦ କରାଯାଇଛି ।
ଏହି ଉଛେଦ ସମୟରେ ଜୟପୁର ତହସିଲଦାର ସବ୍ୟସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ, ରାଜସ୍ୱ ସୁପରଭାଇଜର ହରିହର ଶତପଥି , ଅମିନ ଶୁଭସ୍ମିତା ଜେନା, ସତ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି