ଯୋଗ କର୍ମଶାଳା ଅନୁଷ୍ଠିତ
ଜୟପୁର, ୨୪ ଜୁଲାଇ (ହି.ସ.)- ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦର୍ଶନସାସ୍ତ୍ର ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କୁଳପତି ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରେଜିଷ୍ଟ୍ରାର ଡ.ମହେଶ
ଯୋଗ କର୍ମଶାଳା ଅନୁଷ୍ଠିତ


ଜୟପୁର, ୨୪ ଜୁଲାଇ (ହି.ସ.)-

ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦର୍ଶନସାସ୍ତ୍ର ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କୁଳପତି ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରେଜିଷ୍ଟ୍ରାର ଡ.ମହେଶ୍ବର ଚନ୍ଦ୍ର ନାୟକ, ସିପିଜିସି ଡ. ପ୍ରଶାନ୍ତ କୁମାର ପାତ୍ର, ଏଚଓଡି ଫ୍ରାନସିସ ବାରଲା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଦର୍ଶନଶାସ୍ତ୍ର ପ୍ରଫେସର ଲକ୍ଷ୍ମଣ ପାତ୍ର ସ୍ବାଗତ ଭାଷଣ ଦେବା ସହ କର୍ମଶାଳା ବିଷୟରେ ସମ୍ୟକ ସୂଚନା ଦେଇଥିଲେ । କର୍ମଶାଳାର ଦ୍ବିତୀୟ ଅଧିବେଶନରେ ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଗଣେଶ ପ୍ରସାଦ ଦାସ, ପରିବେଶବିତ ହରିଶ ଚନ୍ଦ୍ର ପରିଡା, ଅବସରପ୍ରାପ୍ତ ସରକାରୀ କଲେଜ ଅଧ୍ୟକ୍ଷ ଅମୁଲ୍ୟ ମହାପାତ୍ର, ଯୋଗିକ ବିଗ୍ୟାନ ବିଭାଗର ଦିନେଶ ପ୍ରସାଦ ସ୍ବାଇଁ ଓ ପତଞ୍ଜଳୀ ଯୋଗ ସମିତିର ଯୋଗ ଶିକ୍ଷକ ଭାଗୀରଥୀ ପାଣି ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ପ୍ରାଣାୟମ ବିଷୟରେ ଆଲୋକପାତ କରିଥିଲେ। ଯୋଗ ଜୀବନର ମୁଖ୍ୟ ଶ୍ରୋତ ବୋଲି କହିବାସହ ଏକ ସୁସ୍ଥ ଶରିର ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। ଖାଦ୍ୟ ସହଯୋଗର ନିହାତି ଆବଶ୍ୟକ ରହିଛି ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷ ଅଧିବେଶନରେ ରମିମ ଖରା, ସନ୍ତୋଷ ନାୟକ, ଶକୁନ୍ତଳା ରାଉତ, ରଜନୀକାନ୍ତ ଚିଚୁନ ଓ ପ୍ରିତି ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଯୋଗ ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande