କେନ୍ଦ୍ରାପଡ଼ା, ୨୪ ଜୁଲାଇ(ହି.ସ.) – ଆସନ୍ତା ଜୁଲାଇ ୨୬ ଶନିବାର କେନ୍ଦ୍ରାପଡା ବିଜେଡି ତରଫରୁ ମହା ରକ୍ତଦାନ ଶିବିର ମ୍ୟୁନିସି ପାଲିଟି ଟାଉନହଲ୍ ଠାରେ ଆୟୋଜନ କରାଯିବ । ଆଜି ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଗରାପୁର ବିଜେଡି କାର୍ଯ୍ୟାଳୟ ଠାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ଉପସ୍ଥିତ ସମସ୍ତ ନେତୃ ମଣ୍ଡଳୀ ଓ ଜନପ୍ରତିନିଧି ପୂର୍ଣ୍ଣ ସହଯୋଗ କରି ରକ୍ତଦାନ ଶିବିର ସଫଳ କରିବାକୁ ପ୍ରତିଶୃତି ଦେଇଥିଲେ । ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରିୟ ନେତା ନବୀନ ବାବୁ ଏହାକୁ ଏକ ଗଣ ଅଭିଯାନରେ ପରିଣତ କରି ହଜାର ହଜାର ଲୋକଙ୍କ ଜୀବନ ରକ୍ଷାର ପଥ ପରିଷ୍କାର କରିଥିବାରୁ ଶ୍ରୀ ବେହେରା ନବୀନ ପଟ୍ଟନାୟକଙ୍କୁ ସାଧୁଭାବ ଜଣାଇବା ସହ ଏହି ତକତଦାନର ମହାନ ପରମ୍ପରାକୁ ଆଗକୁ ନେବାପାଇଁ ଜୁଲାଇ ୨୬ ଶିବିର ଏକ ପ୍ରୟାସ ବୋଲି କହିଥିଲେ । ପ୍ରତେକ ଉତ୍ସାହୀ ସମାଜସେବୀ ବିଜେଡିର ଏହି ରକ୍ତଦାନ ଶିବିର ସାମିଲ ହୋଇ ରକ୍ତଦାନ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦରେ ସଭାପତି ଲିଲିତା ଦାସ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ସଭାପତି, ବ୍ଲକ୍ ଅଧ୍ୟକ୍ଷ ରଶ୍ମିତା ସେଠୀ, ଉପାଧ୍ୟକ୍ଷା ପ୍ରତାପ ମହାପାତ୍ର, ପୂବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଶିବ ପ୍ରସାଦ ଭୋଳ, ଜିଲ୍ଲା ସଂଖ୍ୟାଲଘୁ ସଭାପତି ସେକ ଚନ୍ଦନ, ସରପଞ୍ଚ ପ୍ରଭାତ ଉଡ଼ାନ ସିଂ, ଚିତରଂଜନ ଜେନା, ପ୍ରଦୀପ୍ତ କୁମାର ସୁତାର, ଶରତ ସାମଲ, ହିରଣ୍ୟ ପଣ୍ଡା, ସବିର ହୁସେନ, ଜୟନ୍ତ ଜେନା, ଦାମୋଦର ଜେନା, ନାରାୟଣ ପରିଡା, ଜ୍ୟୋତିରଂଜନ ପ୍ରଧାନ, ଅଭିଶେକ ବିଶ୍ୱାଳ, କିସାନ ରାଉତ, ମୁକ୍ତାର ଅଲ୍ଲି, ଜ୍ଞାନ ରଂଜନ ଜେନା, ପ୍ରଦ୍ୟୁମ୍ନ ଜେନା, ସରୋଜ ସାହୁ, ରଂଜନ କୁମାର ଜେନା, ମୁକ୍ତାର ଖାଁ, ଗଦାଧର ମଲିକ, ରାଜେଶ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ଧନଞ୍ଜୟ ମହାନ୍ତି, ଦିଲ୍ଲିପ କୁମାର ରାଉତ, କିଶୋର କୁମାର ନାଥ, ପ୍ରଶାନ୍ତ ରାଉତ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି