କୋରେଇ, ୨୪ ଜୁଲାଇ (ହି.ସ.) - ଯାଜପୁର ବ୍ଲକ ଅନ୍ତର୍ଗତ ଭୁବନେଶ୍ୱର ପୁଂଚାୟତର କୁନିନ୍ଦା ଲକ୍ଷ୍ମୀଛକ ନିକଟରେ ଆଙ୍କୁଲା ପାଣିକୋଇଲି ରାସ୍ତାର ବାମ ପାଶ୍ୱର୍ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଏଟିଏମ ରହିଛି । ମାତ୍ର ତାହା ଏବେ ଅଚଳାବସ୍ଥାରେ ରହିଛି । ଏହାକୁ ପୁନଃ କାର୍ଯ୍ୟ୪ମ କରିବାକୁ ଦାବି ଉଠିଛି । ଏହି ଏଟିଏମ ଦ୍ୱାରା ଭୁଇଁପୁର, ଭୁବନେଶ୍ୱରପୁର, ବେରୁଦା ଓ ନାଥସାହି ପଂଚାୟତର ଅଧିବାସୀମାନେ ନିର୍ଭର କରିଥାନ୍ତି । ଏଟିଏମ ଦ୍ୱାରା ସେମାନେ ବିଶେଷ ଉପକୃତ ହେଉଥିଲେ । କେତେକ ବୈଷୟୀକ ତୃଟି ଯୋଗୁ ଏହା ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ଏହାକ୍ୁ କାର୍ଯ୍ୟକ୍ଷମ କରିବା ପାଇଁ ବିରିଷ୍ଠ ସମାଜସେବୀ ସୁରେନ୍ଦ୍ର କୁମାର ରାୟ ଯାଜପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ସ୍ମୃତି ରଂଜନ ରାୟକୁ ସାକ୍ଷାତ କରି ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି ଉପସ୍ଥାପନା କରିଛନ୍ତି । ଉକ୍ତ ଏଟିଏମ ନିମନ୍ତେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଓ ଆବଶ୍ୟକ ଉନ୍ନତ ଯନ୍ତ୍ରପାତି ଲଗାଯିବାର ବ୍ୟବସ୍ଥା ପାଇଁ ସିଏସଏମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଅବିଳମ୍ବେ କାର୍ଯ୍ୟକ୍ଷମ କରାଇବାର ଦୃଢ ପ୍ରତିଶୃତି ପ୍ରଦାନ କରିବା ସହିତ ଯୋଗାଯୋଗ କରିଥିବା ଶ୍ରୀ ରାୟ ସୂଚନା ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ