ଭବାନୀପାଟଣା, ୨୪ ଜୁଲାଇ (ହି.ସ.)-ଭବାନୀପାଟଣା ବ୍ଲକ ର ମାଟିଆ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଠାରେ ଯୁବକର ମୃତଦେହ ଜବତ କରିଥିଲା ପୋଲିସ ଟିମ lଘଟଣାରୁ ଜଣାଯାଏ ଯେ, ମାଟିଆ (ଗୋପାଳପୁର)ର ଜଗନ୍ନାଥ ତାଣ୍ଡି (୪୨) ପିତା. ଆସାମ ତାଣ୍ଡି ଗତ ୨୨ ତାରିଖ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଗାଁରେ ମଦ ପିଇ ବୁଲୁଥିବା ବେଳେ ସନ୍ଧ୍ୟା ସମୟରେ ଏକ ପଡିଆ ଜମିରେ ମୃତ ଶରୀର ପଡ଼ିଥିବା ଦେଖି ଗାଁ ଲୋକ ପୋଲିସ୍ କୁ ଖବର ଦେଇଥିଲେ । ଏହାପରେ କେଗାଁ ଥାନା ଅଧିକାରୀ, ବୋର୍ଡା ପୋଲିସ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ l ଗତକାଲି ସୁଦ୍ଧା ସେହିଭଳି କୌଣସି ସଠିକ ଖବର ମିଳି ପାରିନାହିଁ । କେବଳ କପଡା, ଇତ୍ୟାଦି ସାମଗ୍ରୀ ଜବତ କରାଯାଇଥିବା ଜଣାଯାଏ । ମୃତ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଡାକ୍ତରଖାନା ଭବାନୀପାଟଣାକୁ ପଠା ଯାଇଥିଲା । ହେଲେ ଜଗନ୍ନାଥ ତାଣ୍ଡିଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଦେହଘେରରେ ରହିଛି l ପୋଲିସ ଏନେଇ ଅଧିକ ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରି ନ ଥିବା ଜଣାଯାଏ ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ