ମୂର୍ତ୍ତିକା ସଂରକ୍ଷଣ ବିଭାଗରେ ମଜୁରୀ ଦାବିରେ ଧାରଣା ଦେଲେ ଶ୍ରମିକ
ନୂଆପଡ଼ା, ୨୪ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲଛିପୁର ଗ୍ରାମର ୧୬ ଜଣ ଶ୍ରମିକ ଖଡ଼ିଆଳ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତରଫରୁ କାମ କରି ସାତ ମାସ ହେଲା ମଜୁରୀ ପାଇ ନଥିବା ଅଭିଯୋଗ କରି ଆଜି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ଶ୍ରମିକ। କଂଗ୍ରେସ ନେତା କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଆଜ
ମୂର୍ତ୍ତିକା ସଂରକ୍ଷଣ ବିଭାଗରେ ମଜୁରୀ ଦାବିରେ ଧାରଣା ଦେଲେ ଶ୍ରମିକ*


ନୂଆପଡ଼ା, ୨୪ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲଛିପୁର ଗ୍ରାମର ୧୬ ଜଣ ଶ୍ରମିକ ଖଡ଼ିଆଳ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତରଫରୁ କାମ କରି ସାତ ମାସ ହେଲା ମଜୁରୀ ପାଇ ନଥିବା ଅଭିଯୋଗ କରି ଆଜି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ଶ୍ରମିକ। କଂଗ୍ରେସ ନେତା କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଆଜି ଶ୍ରମିକ ମାନେ ଧାରଣା ଦେବା ସହ ଶୀଘ୍ର ମଜୁରୀ ଦେବା ପାଇଁ ଦାବି କରିଥିଲେ।

ଅଭିଯୋଗ ଅନୁଯାୟୀ, ଲଛିପୁର ଗ୍ରାମର ୧୬ ଜଣ ଶ୍ରମିକ ମୂର୍ତ୍ତିକା ସଂରକ୍ଷଣ ବିଭାଗର ମନରେଗା ଯୋଜନାରେ ଟିସିବି କାମ କରିଥିଲେ। ଲଛିପୁର, ସରଗାଦି, ରିଷିଗାଁ, ରିସିପିଟି ଆଦିରେ ପାଞ୍ଚ ଶହରୁ ଅଧିକ ଟିସିବି ଗାତ ଖୋଲିଥିଲେ। ପ୍ରତ୍ୟେକ ଶ୍ରମିକଙ୍କୁ ଥରେ ୧୭୦୦ ଟଙ୍କା ଓ ଆଉଥରେ ୬୫୨ ଟଙ୍କା ମିଳିଥିଲା। ତାପରେ ଆଉ ମଜୁରୀ ମିଳିନି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଦୁଇ ଲକ୍ଷ ୬୦ ହଜାର ଟଙ୍କା ସେମାନଙ୍କ ପାଇବାର ଅଛି ବୋଲି ଶ୍ରମିକ ମାନେ କହିଛନ୍ତି। ଅତି ଶୀଘ୍ର ମଜୁରୀ ନଦେଲେ ଧାରଣାକୁ ଜୋରଦାର କରିବେ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି। ଏନେଇ ବିଭାଗୀୟ ପିଡି ରଶ୍ମି ରଞ୍ଜନ ପାତ୍ରଙ୍କୁ ପଚାରିବାରୁ ଅନ ଲାଇନ୍ ଭେରିଫିକେସନ କରିବା ପରେ ସପ୍ତାହକ ମଧ୍ୟରେ ମଜୁରୀ ଦେବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande