ସମ୍ବଲପୁର, ୨୪ ଜୁଲାଇ (ହି.ସ.) - କୃଷି ଜାତୀୟ ଏବଂ ପଶୁ ଜାତୀୟ ଦ୍ରବ୍ୟର ସିଏପିଆଇ ମାଧ୍ୟମରେ ପରିସଂଖ୍ୟାନ ସଂଗ୍ରହ ନିମିତ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଏକ ଦୁଇ ଦିନିଆ ରେଞ୍ଜ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ୨୪ ରୁ ୨୫ ଜୁଲାଇ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ସ୍ଥିତ ମୁଖ୍ୟ କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ତାଲିମ କାର୍ଯ୍ୟକ୍ରମରେ ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଢେଙ୍କାନାଳ, ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ୩୦ ଜଣ ଗଣନାକାରୀ ଏବଂ ୭ ଜଣ ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରାଜ୍ୟ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଅନ୍ତର୍ଗତ ଉତରାଂଚଳ ଯୁଗ୍ମ ନିର୍ଦ୍ଦେଶକ (ପରିସଂଖ୍ୟାନ) ଦ୍ୱାରା ଆୟୋଜିତ ହୋଇଥିଲା। ରାଜ୍ୟରେ କୃଷି ସାମଗ୍ରୀ, ପଶୁପାଳନ ଏବଂ ପଶୁ ଉପ-ଜାତ ଦ୍ରବ୍ୟର ମୂଲ୍ୟ ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟ ସଂଗ୍ରହ କରିଥାଏ। ଏହି ଯୋଜନା ଅଧୀନରେ, କୃଷି ଅମଳ ମୂଲ୍ୟ, ଉତ୍ପାଦକ ମୂଲ୍ୟ ଏବଂ ପାଇକାରୀ ମୂଲ୍ୟ ସଂଗ୍ରହ କରାଯାଏ। ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ର ୩୦ ଗୋରୁ ବଜାର ଏବଂ ରାଜ୍ୟର ୫୮ ଟି ସବ୍ ଡିଭିଜନ ସ୍ଥିତ ୧୧୬ଟି ଗ୍ରାମୀଣ ବଜାରରୁ ଏହି ମୂଲ୍ୟ ତଥ୍ୟ ସଂଗ୍ରହ କରାଯାଏ। ପୂର୍ବରୁ ମୂଲ୍ୟ ତଥ୍ୟ କଲମ ଏବଂ କାଗଜ ମାଧ୍ୟମରେ ସଂଗ୍ରହ କରାଯାଉଥିଲା ବେଳେ ଏବେ ରାଜ୍ୟ ସରକାର ଏହା ମୋବାଇଲ୍ ଆପ୍ ବ୍ୟବହାର କରି ଡିଜିଟକ୍ଷଲ ମୋଡ୍ ମାଧ୍ୟମରେ ସମସ୍ତ କ୍ଷେତ୍ର ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତି ନେଇଛନ୍ତି। ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କ ସହାୟତାରେ ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ ଅଧୀନରେ, ରାଜ୍ୟସାରା ସମସ୍ତ ଯୋଜନା ଅଧୀନରେ ତଥ୍ୟ ସଂଗ୍ରହକୁ ଡିଜିଟାଲ୍ କରିବାକୁ ନିଷ୍ପତି ନେଇଛନ୍ତି। ମୁଦ୍ରାସ୍ଫୀତି ଧାରାକୁ ଆକଳନ କରିବା, ଲୋକଙ୍କ ଜୀବନଯାପନ ମୂଲ୍ୟରେ ପରିବର୍ତନ ଏବଂ ସାମଗ୍ରିକ ଆର୍ôଥକ ସ୍ୱାସ୍ଥ୍ୟ ପାଇଁ ମୂଲ୍ୟ ତଥ୍ୟ ଆବଶ୍ୟକ। ଏହା ଦେଶରେ ନୀତି, ବ୍ୟବସାୟିକ ନିଷ୍ପତି ଏବଂ ପରିବାରର ବଜେଟ୍ ପାଇଁ ସରକାରଙ୍କୁ ସାହାଯ୍ୟ କରେ। ମୂଲ୍ୟ ପରିସଂଖ୍ୟାନ ସିଏପିଆଇ ଉପକରଣ ଦ୍ୱାରା ଏକ ମୋବାଇଲ୍ ଆପ୍ ମାଧ୍ୟମରେ ପରିଚାଳନା କରାଯିବ, ଯାହା ଦ୍ୱାରା ତଥ୍ୟକୁ ସ୍ୱଚ୍ଛ ଏବଂ ସମୟୋଚିତ ଭାବରେ ସଂଗ୍ରହ କରାଯାଇପାରିବ। ସମ୍ବଲପୁରର ଉତର ରେଞ୍ଜର ଅତିରିକ୍ତ ନିର୍ଦ୍ଦେଶକ ସଞ୍ଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ଦିଆଯାଇଥିଲା ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ସାଧନ ବ୍ୟକ୍ତିମାନେ ଯଥା ଉପନିର୍ଦ୍ଦେଶକ ଗୋପୀନାଥ ମହାପାତ୍ର, ,ସହକାରୀ ନିର୍ଦ୍ଦେଶକ ଡ. ଅଶ୍ୱିନ କୁମାର ମଲ୍ଲିକ, ପରିସଂଖ୍ୟାନ ଅଧିକାରୀ ରାମ ଚନ୍ଦ୍ର ମିଶ୍ର ଏବଂ ରଶ୍ମି ରଞ୍ଜନ ସାହୁ, ବିଶ୍ୱ ବ୍ୟାଙ୍କ ପିଏମସି ଅଧିକାରୀ ଶିବାଶିଷ ନମଦେବ ଏବଂ ସୂମିତ ଦାସ, ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହା ବ୍ୟତୀତ, ସମ୍ବଲପୁର ଜିଲ୍ଲା ର ମୁଖ୍ୟ କୃଷି ଅଧିକାର, ମୁଖ୍ୟ ପଶୁଚିକିତ୍ସା ଅଧିକାରୀ, ମୁଖ୍ୟ ଯୋଗାଣ ଅଧିକାରୀ ଏବଂ ଏନ୍ଏସ୍ଓ କାର୍ଯ୍ୟାଳୟର ସହକାରୀ ନିର୍ଦେଶକ ଯୁଧିଷ୍ଟିର ସୋବୋରୋ ସମ୍ମାନିତ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମକୁ ଉପନିର୍ଦ୍ଦେଶକ ପ୍ରକାଶ ଦେଓ ଏବଂ ସହକାରୀ ନିର୍ଦ୍ଦେଶକ ମିସ୍ ଇତିଶ୍ରୀ ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ। ଏହି ତାଲିମ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ ସମୟ ମଧ୍ୟରେ ସଠିକ୍ ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରିବ ଯାହା ଶେଷରେ ଦେଶର ଯୋଜନାକୁ ସଠିକ୍ ଭାବରେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ