ସମ୍ବଲପୁର, ୨୪ ଜୁଲାଇ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଅଙ୍ଗଦାନ ସଚେତନତା ସମ୍ପର୍କିତ ଆଭାସୀ ସଭା ଅନୁଷ୍ଠିତ ହୋଇଯାଇଛି। କଲେଜର ପୁରାତନ ଛାତ୍ର ଶୁଭଜିତ୍ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗୁଗୁଲ୍ ମିଟ୍ରେ ସରାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମାଝୀ ମୁଖ୍ୟଅତିଥି, ବରଗଡ଼ ପାର୍ବତି ଗିରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ନନ୍ଦିନୀ ନିରୋଦ ପଣ୍ଡା ଓ ଅଧ୍ୟାପକ ଡ଼. ପ୍ରଶାନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଦିଲ୍ଲୀସ୍ଥିତ ରୋଟ୍ରାକ୍ଟ ୟୋଡ଼ା କ୍ଲବ୍ର ସଭାନେତ୍ରୀ ରୋଜାଲିନ ଦାଶ ଯୋଗ ଦେଇ ଅଙ୍ଗଦାନ ଭଳି ଏକ ଦିବ୍ୟସୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମକୁ ସମସ୍ତଙ୍କ ନିକଟରେ ପହଂଚାଇବା ଉପରେ ଯୋର ଦେଇଥିଲେ। ଶ୍ରୀମତୀ ସସ୍ମିତା ମାଝୀ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ର ଏହିପରି ପ୍ରୟାସକୁ ପ୍ରୋତ୍ସାହିତ କରି ଥିବା ବେଳେ ନିନ୍ଦିନୀ ନିରୋଦ ପଣ୍ଡା ବର୍ତମାନର ଯୁବପିଢି ମଧ୍ୟରେ ଅଙ୍ଗଦାନ ର ଗୁରୁତ୍ୱ ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ପୁରାତନ ଛାତ୍ରୀ ତେଜସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ