ସମ୍ବଲପୁର, ୨୪ ଜୁଲାଇ (ହି.ସ.) - କଚେରୀ ରୋଡ଼ ସ୍ଥିତ ସାଓଲିନ କୁଫୁ ଉଷୁ ଏସୋସିଏସନର କୁସ୍ତି ଖେଳାଳୀ ଜାଫ୍ରିନ ଚୌଧୁରୀ ରାଜ୍ୟ ସ୍ତରୀୟ କୁସ୍ତି ପ୍ରତିଯୋଗିତାର ୨୩ବର୍ଷ ବୟସ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସମ୍ବଲପୁର ପେନସନପଡାର ବରିଷ୍ଠ ଆଇନଜୀବୀ ଚୌଧୁରୀ ଓ ମମତା ଚୌଧୁରୀଙ୍କ ସୁପୁତ୍ରୀ ଜାଫ୍ରିନ୍ ୫୫ କିଲୋଗ୍ରାମ ବିଭାଗ ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସମ୍ବଲପୁରର ସୁନାମ ଅକ୍ଷୁର୍ଣ୍ଣ ରଖିଛନ୍ତି। ସେ ଆଗାମୀ ଜାତୀୟ ସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡିଛି। ଏକ ସ୍ୱତନ୍ତ୍ର ସଭାରେ ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ କିଶୋର ବେହେରା, ପ୍ରଶିକ୍ଷିକା ଗାୟତ୍ରୀ ମିଶ୍ର, ଦିବ୍ୟ କରିସ୍ମା ପୃଷ୍ଟି, ଅରୁଣ କୁମାର ଅଜାଡିୱାଲ, ସ୍ୱାଗତ କୁମାର ଘଡାଇ, ସମିର ବିଶ୍ୱାଳ,ସୁବ୍ରତ ପଣ୍ଡା, ରାମଦାସ ପଣ୍ଡା, ସୁଧିର ବହିଦାର, ପୁଷ୍ପାଞ୍ଜଳି ସାହୁ, ସ୍ନିଗ୍ଧା ରାନୀ ଭାଜି, ଡିଙ୍ଗର ମେହେର ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ