ରୋଟାରି କ୍ଲବ ପକ୍ଷରୁ ବିଦ୍ୟାଳୟକୁ ଗେଟ ଓ ସ୍କୁଲ ସାମଗ୍ରୀ ପ୍ରଦାନ
ଜୟପୁର, ୨୪ ଜୁଲାଇ (ହି.ସ.) - ଜୟପୁର ସ୍ଥିତ ଢେପଗୁଡା ପ୍ରାଥମିକ ବିଦ୍ୟାଳୟକୁ ଆଜି ରୋଟାରିକ୍ଲବ ପକ୍ଷରୁ ବିଦ୍ୟାଳୟରେ ଏକ ନୂତନ ଗେଟ ଓ ସ୍କୁଲ ସାମଗ୍ରୀ ପ୍ରଦାନ କରାଯାଇଛି। ରୋଟାରି କ୍ଲବ ସଭାପତି ଅମର ବୁଧ୍ୱାର, ସଚିବ ନାରାୟଣ ନିଶଙ୍କ, କ୍ଲବ ସ୍ୱତନ୍ତ୍ର ସେବା ଅଧ୍ୟକ୍ଷ ଶିବାଜୀ ପଟ୍ଟନାୟକ, ଶ୍ରୀନିବାସ
ରୋଟାରି କ୍ଲବ ପକ୍ଷରୁ ବିଦ୍ୟାଳୟକୁ ଗେଟ ଓ ସ୍କୁଲ ସାମଗ୍ରୀ ପ୍ରଦାନ


ଜୟପୁର, ୨୪ ଜୁଲାଇ (ହି.ସ.) - ଜୟପୁର ସ୍ଥିତ ଢେପଗୁଡା ପ୍ରାଥମିକ ବିଦ୍ୟାଳୟକୁ ଆଜି ରୋଟାରିକ୍ଲବ ପକ୍ଷରୁ ବିଦ୍ୟାଳୟରେ ଏକ ନୂତନ ଗେଟ ଓ ସ୍କୁଲ ସାମଗ୍ରୀ ପ୍ରଦାନ କରାଯାଇଛି। ରୋଟାରି କ୍ଲବ ସଭାପତି ଅମର ବୁଧ୍ୱାର, ସଚିବ ନାରାୟଣ ନିଶଙ୍କ, କ୍ଲବ ସ୍ୱତନ୍ତ୍ର ସେବା ଅଧ୍ୟକ୍ଷ ଶିବାଜୀ ପଟ୍ଟନାୟକ, ଶ୍ରୀନିବାସ ରାଓ, ଗଣେଶ ପାଟନିଆ, ନିଶାନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ରୋଟାରିଆନ ଉପସ୍ଥିତ ରହି ବିଇଓ ଚନ୍ଦନ କୁମାର ନାୟକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଙ୍କରୀ ଦଳପତିଙ୍କୁ ସମସ୍ତ ସାମଗ୍ରୀ ପ୍ରଦାନ କରିଛନ୍ତି। ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳି ଉପକରଣ ଯାହା ଆମେ ଆମ ପିଲାମାନଙ୍କୁ ପ୍ରଦାନ କରିପାରିବା। ଏହି ଛୋଟ ପଦକ୍ଷେପ ରୋଟାରୀକ୍ଲବ ପକ୍ଷରୁ କରାଯାଉଥିବା ଯୋଗୁଁ ସମସ୍ତେ ଧନ୍ୟ ମନେ କରିଛନ୍ତି ବୋଲି ସଭାପତି ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande