ପୂର୍ବତନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘର ଭାଂଗିରୁଜ୍ଜି ତଡି ଦେବା ସହ ମିଥ୍ୟା ମକଦ୍ଦମା ସର୍ମ୍ପକରେ ଏସପିଙ୍କୁ ଭେଟିଲେ ପିଡିତା
କୋରେଇ, ୨୪ ଜୁଲାଇ (ହି.ସ.) - ସୁକିନ୍ଦାରେ ପୂର୍ବତନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁକିନ୍ଦା ଥାନା ଅନ୍ତର୍ଗତ ମୂଳଖମ୍ବ ଗ୍ରାମର ସମାଜିକ କର୍ମୀ ବିଶ୍ୱନାଥ ପାତ୍ରଙ୍କୁ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ ହେବା ଘଟଣାରେ ସୁକିନ୍ଦା ଥାନାରେ ମାମଲା ରୁଜ୍ଜୁ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଶେଷରେ ସପରିବାର
ପୂର୍ବତନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘର ଭାଂଗିରୁଜ୍ଜି ତଡି ଦେବା ସହ ମିଥ୍ୟା ମକଦ୍ଦମା ସର୍ମ୍ପକରେ ଏସପିଙ୍କୁ ଭେଟିଲେ ପିଡିତା


କୋରେଇ, ୨୪ ଜୁଲାଇ (ହି.ସ.) - ସୁକିନ୍ଦାରେ ପୂର୍ବତନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁକିନ୍ଦା ଥାନା ଅନ୍ତର୍ଗତ ମୂଳଖମ୍ବ ଗ୍ରାମର ସମାଜିକ କର୍ମୀ ବିଶ୍ୱନାଥ ପାତ୍ରଙ୍କୁ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ ହେବା ଘଟଣାରେ ସୁକିନ୍ଦା ଥାନାରେ ମାମଲା ରୁଜ୍ଜୁ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଶେଷରେ ସପରିବାରେ ଧାରଣା ଦେବାକୁ ପଡିଥିଲା । ଏମିତିକି ତାର ପରିବାର ଓ ଘରେ ଥିବା ତିନି ବଖରା ଚାଳଘର, ପୋଖରୀ, ଛତୁଚାଷ ଭାଂଗି ସମସ୍ତ ଜିନିଷ ପତ୍ର ଲୁଟି ନେବା ପରେ ସେମାନେ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି । ଏମିତିକି ବିଶ୍ୱନାଥଙ୍କ ଚରିତ୍ରକୁ ସଂହାର କରି ବିଭିନ୍ନ ସମାଜିକ ଗଣମାଧ୍ୟମରେ ବିଭିନ୍ନ ଆଶଳୀନ ପୋଷ୍ଟ କରୁଛନ୍ତି । ତାଙ୍କ ମାନସିକ ଚାପ ଦେବାପାଇଁ ବିଭିନ୍ନ ମିଥ୍ୟା ମକଦ୍ଦମା କରାଉଛନ୍ତି । ବିଶ୍ୱନାଥ ଘରେ ନଥିବା ସମୟରେ ବି ତାଙ୍କ ନାମରେ ମକଦ୍ଦମା କରାଯାଉଛି । ଏହି ସବୁ ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଶ୍ୱନାଥ ଓ ତାଙ୍କ ମାଆ ସଚି ପାତ୍ର ଏସପିଙ୍କ ନିକଟରେ ଦାବି କରିଛନ୍ତି । ଏଥି ସହିତ ପୂର୍ବତନ ମନ୍ତ୍ରୀ ପ୍ରିତୀରଂଜନ ଘଡାଇ ଓ ତାଙ୍କ ସହଯୋଗୀଙ୍କ କଲ ରେକର୍ଡ ଯାଂଚ କରିବାକୁ ମଧ୍ୟ ବିଶ୍ୱନାଥ ଦାବି କରଇଛନ୍ତି । ଏପରିକି ବାରମ୍ବାର ମିଥ୍ୟା ମାମଲା ହେବାରୁ ଶ୍ରୀ ପାତ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ । ଏସପି ୟସ ପ୍ରତାପ ଶ୍ରୀମଲ ଏହାକୁ ଗୁରୁତ୍ୱ ସହକାରେ ନେଇ ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ କରିବାକୁ ପ୍ରତିଶୃତି ଦେଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande