ଶକ୍ତି କ୍ଲବ ଶିକ୍ଷକଙ୍କ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଉଦଯାପିତ
କେନ୍ଦୁଝର, ୨୪ ଜୁଲାଇ (ହି.ସ.) - ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,କେନ୍ଦୁଝର ଏବଂ ସେଂଟର ଫର ଏନଭାଇରନମେଂଟାଲ ଷ୍ଟଡ଼ିଜ, ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲ୍ଲାର କେନ୍ଦୁଝର ସଦର, ଝୁମ୍ପୁରା, ଯୋଡ଼ା, ପାଟଣା, ସାହାରପଡ଼ା, ତେଲକୋଇ ବ୍ଲକର ପ୍ରାୟ ୨୦୦
ଶକ୍ତି କ୍ଲବ ଶିକ୍ଷକଙ୍କ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଉଦଯାପିତ


କେନ୍ଦୁଝର, ୨୪ ଜୁଲାଇ (ହି.ସ.) - ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,କେନ୍ଦୁଝର ଏବଂ ସେଂଟର ଫର ଏନଭାଇରନମେଂଟାଲ ଷ୍ଟଡ଼ିଜ, ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲ୍ଲାର କେନ୍ଦୁଝର ସଦର, ଝୁମ୍ପୁରା, ଯୋଡ଼ା, ପାଟଣା, ସାହାରପଡ଼ା, ତେଲକୋଇ ବ୍ଲକର ପ୍ରାୟ ୨୦୦ ଜଣ ଶକ୍ତି କ୍ଲବର ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଗୁରୁବାରରେ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସେଂଟର ଅଫ୍ ଏନଭାଇରନମେଂଟାଲ ଷ୍ଟଡ଼ିଜ, ଭୁବନେଶ୍ୱରର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା, ଉପକାରିତା ଏବଂ ଭବିଷ୍ୟତରେ ଶକ୍ତି ସଙ୍କଟକୁ କିପରି ଦୂର କରି ହେବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଶକ୍ତି ସଂଚୟ କଲେ ଭବିଷ୍ୟତ ପିଢ଼ି ପାଇଁ ଧାରଣୀୟ ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଭାବେ ଡି.ଏନ୍‌. ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଶକ୍ତି ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ଶକ୍ତି କ୍ଲବ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ପୁଙ୍ଖାନୁପୁଙ୍ଖ ଭାବେ ଶକ୍ତି କ୍ଲବର ଗଠନ ପ୍ରଣାଳୀ, ବାର୍ଷିକ କାର୍ଯ୍ୟାବଳୀ, ୟୁ.ସି. ରିପୋର୍ଟ ପ୍ରଦାନ ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ।କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ଏନ୍‌.ଏସ୍‌. ପୋଲିସ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିବେକାନନ୍ଦ ରାଉତ, ବାଉଁଶୁଳି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆଦିତ୍ୟ ମହାପାତ୍ର, ଧବଳେଶ୍ୱର ହାଇସ୍କୁଲ, ଦେଓଝରର ବିଜ୍ଞାନ ଶିକ୍ଷକ ସୌମ୍ୟ ପ୍ରକାଶ ସାହୁ ରିସୋର୍ସ ପର୍ସନ ଭାବେ ଶକ୍ତି କ୍ଲବର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ନିରୀକ୍ଷକ ରାମକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande