ଶାଲିମାର-ସମ୍ବଲପୁର ଏକ୍ସପ୍ରେସର ଜେନେରାଲ କୋଚ୍‌ ଲାଇନଚ୍ୟୁତ
ସମ୍ବଲପୁର, ୨୪ ଜୁଲାଇ (ହି.ସ.)- ସମ୍ବଲପୁର ସିଟି ଷ୍ଟେସନ ନିକଟରେ ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସର ଗାର୍ଡ ଭ୍ୟାନ୍ ନିକଟ ଜେନେରାଲ କୋଚ୍‌ର ପଛ ଟ୍ରଲି ଆଜି ଲାଇନଚ୍ୟୁତ ହୋଇଛି । ଟ୍ରେନ୍ ଟି ସମ୍ବଲପୁରର କ୍ଷେତରାଜପୁର ଷ୍ଟେସନ ଛାଡିବା ପରେ ଅଘଟଣ ଘଟିଥିଲା । ତେବେ ଏହି ଅଘଟଣରେ କେହି ଆହତ ହୋଇନଥ
ଶାଲିମାର-ସମ୍ବଲପୁର ଏକ୍ସପ୍ରେସର ଜେନେରାଲ କୋଚ୍‌ ଲାଇନଚ୍ୟୁତ


ଶାଲିମାର-ସମ୍ବଲପୁର ଏକ୍ସପ୍ରେସର ଜେନେରାଲ କୋଚ୍‌ ଲାଇନଚ୍ୟୁତ


ସମ୍ବଲପୁର, ୨୪ ଜୁଲାଇ (ହି.ସ.)-

ସମ୍ବଲପୁର ସିଟି ଷ୍ଟେସନ ନିକଟରେ ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସର ଗାର୍ଡ ଭ୍ୟାନ୍ ନିକଟ ଜେନେରାଲ କୋଚ୍‌ର ପଛ ଟ୍ରଲି ଆଜି ଲାଇନଚ୍ୟୁତ ହୋଇଛି । ଟ୍ରେନ୍ ଟି ସମ୍ବଲପୁରର କ୍ଷେତରାଜପୁର ଷ୍ଟେସନ ଛାଡିବା ପରେ ଅଘଟଣ ଘଟିଥିଲା । ତେବେ ଏହି ଅଘଟଣରେ କେହି ଆହତ ହୋଇନଥିବା ଜଣାପଡିଛି ।

ଆଜି ସକାଳ ୯ଟା ୨୨ ମିନିଟ୍ ସମୟରେ ଟ୍ରେନ୍ ନମ୍ବର ୨୦୮୩୧ ର ଏକ ଜେନେରାଲ କୋଚ୍‌ର ଗୋଟିଏ ଟ୍ରଲି ଟ୍ରାକରୁ ଖସିପଡ଼ିଛି l ଏହି ଟ୍ରେନ୍ ଶାଲିମାରରୁ ସମ୍ବଲପୁର ଅଭିମୁଖେ ଚାଲିଛି। ଟ୍ରେନ୍ ସମ୍ବଲପୁର ସହର-ସମ୍ବଲପୁର ସିଟି ସେକ୍ସନରେ ସକାଳ ୯ଟା ୧୮ ମିନିଟରେ ସମ୍ବଲପୁର ସିଟିରୁ ଅତି ଧୀରେ ଧୀରେ ଗତିରେ ଛାଡିବାର କିଛି ସମୟ ପରେ ଏହି ଘଟଣା ଘଟିଛି।

ଏହି ଘଟଣାରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ । ପ୍ରଭାବିତ କୋଚ୍ ବ୍ୟତୀତ ଟ୍ରେନ୍ ର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ନେଇ କ୍ଷେତରାଜପୁର ସମ୍ବଲପୁର ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲା । ସମ୍ବଲପୁର ରେଳ ମଣ୍ଡଳର ଡିଆରଏମଙ୍କ ସମେତ ପଦସ୍ଥ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ଶୀଘ୍ର ପୁନଃସ୍ଥାପନ ଓ ତଦାରଖ କରିଛନ୍ତି ଏବଂ ଘଟଣା ବିଷୟରେ ପଚାରି ବୁଝୁଥିବା ଦେଖାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande