ବର୍ଷା ଜଳ ଗତରେ ପଶିବାର ଫୁଲବାଣୀ ସହରରେ ବୁଲୁଛନ୍ତି ନାଗ ଓ ଜୀବନ ଘାତକ ଚିତି ସାପ
Snake bite related Awerness news
ବର୍ଷା ଜଳ ଗତରେ ପଶିବାର ଫୁଲବାଣୀ ସହରରେ ବୁଲୁଛନ୍ତି ନାଗ ଓ ଜୀବନ ଘାତକ ଚିତି ସାପ


କନ୍ଧମାଳ, ୨୪ ଜୁଲାଇ(ହି.ସ.) – ଚାରି ଦିନରେ ଫୁଲବାଣୀ ବିଭିନ୍ନ ଜାଗାରୁ ଚାରିଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ବର୍ତମାନ ନାଗସାପ ଦେଇଥିବା ଅଣ୍ଡାରୁ ଛୁଆ ବାହାରିବା ସମୟ ଏଥିସହିତ ବର୍ଷା ଜଳ ସାପ ମାନଙ୍କ ରହିବା ଯାଗାରେ ପଶିବା ଫଳରେ ଫୁଲବାଣୀ ସହରରେ ଅନେକ ଜନବସତି ସ୍ଥାନରେ ପଶିଯାଇ ଲୋକଙ୍କ ଘରେ ଥିବା ପାଇଖାନା,ଗାଧୁଆଘର ଏପରିକି ଘରେ ଥିବା ଜୋତା ଚପଲରେ ମଧ୍ୟ ପଶି ଯାଉଛନ୍ତି ଏହି ସାପ ଓ ସେମାନଙ୍କ ଛୁଆ। ତେଣୁ ଘରୁ ବାହାରିବା ସମୟରେ ଜୋତା ଓ ବୁଟ୍ପି ଆଦି ପିନ୍ଧିବା ସମୟରେ ଭଲ ଭାବେ ଦେଖିକି ପିନ୍ଧିବା ଆବଶ୍ୟକ ବୋଲି ଫୁଲବାଣୀ ସ୍ନେକ୍ ହେଲ୍ପଲାଇନ ର ସାପ ଧରୁଥିବା ଜଣାଶୁଣା ଭି. ଜଗନ୍ନାଥ ରାଜୁ। ଛୋଟ ସାପ ଗୁଡାକ ଜୋତା ଭିତରେ ସୁରକ୍ଷିତ ଜାଗା ଭାବି ପଶି ଯାଉଛନ୍ତି ଓ ନିଜ ଘର ଚାରିପାଖ ଅଳିଆ ଆବର୍ଜନା ପକାନ୍ତୁ ନାହିଁ ଅଳିଆ ରହିଲେ ମୂଷା ବା ବେଙ୍ଗ ରହିବ ତାକୁ ଦେଖି ସାପ ଖାଇବା ଲାଳସରେ ଆସି ରହିବେ ଏବଂ ସୁଯୋଗ ପାଇ ଘର ଭିତରେ ପଶିବେ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳର ବିଭିନ୍ନ ଯାଗାରେ ଲୋକେ ଶୋଇଥିବା ଅବସ୍ଥାରେ ଚିତି ସାପ କାମୁଡାରେ ଚଳିତ ବର୍ଷ ଅନେକଙ୍କ ଜୀବନ ଯାଇଛି। ସାଧାରଣତଃ ନାଗ ସାପ କୁ ଲୋକଙ୍କ ଭୟ ରହିଥିବାବେଳେ ଏହି ଦିନରେ ଚିତି ସାପ ମନୁଷ୍‌ଯ ଶୋଇଥିବା ଅବସ୍ଥାରେ ଚୁପଚାପ୍ ଆସି କାମୁଡି ଥାଏ ଲୋକ ନିଦ୍ରାରେ ଥିବା ଯୋଗୁଁ ଏହାକୁ ଗୁରୁତର ଭାବେ ଅନୁଭବ କରି ପାରେ ନାହିଁ ଫଳରେ ଚିକିତ୍ସା ରେ ବିଳମ୍ବ ଯୋଗୁଁ ମୃତ୍ୟୁ ମୁଖରେ ପଡେ। ତେଣୁ ଏହି ସମୟରେ ଗ୍ରାମାଂଚଳରେ ଲୋକଙ୍କୁ ଶୋଇବା ବେଳେ ବାହାରେ ନଶୋଇ ଘର ଭିତରେ ଶୋଇବା ଆବଶ୍ୟକ। କୌଣସି ଅଘଟଣ ବସତଃ ସାପ କାମୁଡାର ଶୀକାର ହେଲେ ତୁରନ୍ତ ଡାକ୍ତରଖାନାକୁ ନେଇ ଡାକ୍ତରୀ ଚିକିତ୍ସା କରାଇଲେ ସାପ କାମୁଡାର ଶିକାର ବ୍‌ଯକ୍ତି ମୃତ୍‌ଯୁ ମୁଖରୁ ରକ୍ଷା ପାଇବ ବୋଲି ଜିଲ୍ଲା ଆପାତ କାଳୀନ ବିଭାଗ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande