ଓଡ଼ିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲରେ ସୌମ୍ୟାଶ୍ରୀଙ୍କ ଲାଗି ଶୋକ ଓ ନୀରବ ପ୍ରାର୍ଥନା
କେନ୍ଦୁଝର, ୨୪ ଜୁଲାଇ (ହି.ସ.)- କେନ୍ଦୁଝର ମାଇନିଂ ସ୍ଥିତ ଓଡ଼ିଶା ଷ୍ଟେଟ ବିଗ୍ରେଡ ସ୍କୁଲ ପରିସରରେ ଆଜି ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୁନି କୁନି ଛାତ୍ରଛାତ୍ରୀ ମାନେ ଏହି ଭଉଣୀଙ୍କୁ ଅଶ୍ରୁଭରା
ଓଡ଼ିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲରେ ସୌମ୍ୟାଶ୍ରୀଙ୍କ ଲାଗି ଶୋକ ଓ ନୀରବ ପ୍ରାର୍ଥନା


କେନ୍ଦୁଝର, ୨୪ ଜୁଲାଇ (ହି.ସ.)-

କେନ୍ଦୁଝର ମାଇନିଂ ସ୍ଥିତ ଓଡ଼ିଶା ଷ୍ଟେଟ ବିଗ୍ରେଡ ସ୍କୁଲ ପରିସରରେ ଆଜି ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୁନି କୁନି ଛାତ୍ରଛାତ୍ରୀ ମାନେ ଏହି ଭଉଣୀଙ୍କୁ ଅଶ୍ରୁଭରା ଛଳଛଳ ନୟନରେ ସାଲ୍ୟୁଟ୍ ମାରି ଜୟ ହିନ୍ଦ କହିଥିଲେ । ଫଟୋ ଚିତ୍ରରେ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟାୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପ ଧୂପ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ସ୍କୁଲ ସଂପାଦକ ସତ୍ୟବ୍ରତ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପିଲାଙ୍କୁ ସୈନ୍ୟ ଭଳି ଲଢେଇ କରିବା ସହ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ ଲାଗି ଆହ୍ୱାନ ଦେଇଥିଲେ । ସୌମ୍ୟାଶ୍ରୀ ଲଢେଇ ଲାଗି ତେଣୁ ଅମର ବୋଲି ସେ କହିଥିଲେ। ସ୍କୁଲ ଅଧ୍ୟକ୍ଷା ମଞ୍ଜୁଲତା ଦାସ ସଭା ପରିଚାଳନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅତିଥି ଭାବେ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ ଭାରତୀୟ ସେନା ପରି ସ୍କୁଲ ପିଲାମାନେ ସତ୍ ପଥରେ ଚାଲିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ବରିଷ୍ଠ ଅଧିବକ୍ତା ସୁଶ୍ରୀ ସଂଗୀତା ସିଂହ ଛାତ୍ରଛାତ୍ରୀଙ୍କୁ ସଦା ଆଇନ ପଥରେ ଚାଲିବା ସହ ବାପାମାଆ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପଦେଶ ମାନିବାକୁ କହିଥିଲେ। କିଛି ଅନ୍ୟାୟ ହେଲେ ପରିବାରକୁ ଜଣେଇବାକୁ ସେ ପରାମର୍ଶ ଦେଇଥିଲେ । ସୌମ୍ୟାଶ୍ରୀ ଆମ ଭଉଣୀ ଥିଲେ ତାଙ୍କ ଲଢେଇ ଆମେ ଭୁଲିବା ନାହିଁ ବୋଲି ମଧ୍ୟ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ସାହୁ, ସ୍କୁଲ ପ୍ରତିଷ୍ଠାତା ସଦସ୍ୟ ସୁଢଳ କୁମାର ସେଠୀ, ରଘୁନାଥ ପାତ୍ର,କ୍ଷିରୋଦ ପାତ୍ର, ପୂର୍ଣ୍ଣ ଦାସ,ଐତିହ୍ୟ ଦିବ୍ୟ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande