ରେଳପଥ ପାଇଁ ଜମି ଅଧିଗ୍ରହଣର ଉଚିତ କ୍ଷତିପୂରଣ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ମାଲକାନଗିରି, ୨୪ ଜୁଲାଇ (ହି.ସ.)- ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣର କ୍ଷତି ପୂରଣ ନିମନ୍ତେ ଉଚିତ ମୂଲ୍ୟ ପ୍ରଦାନ କରିବା ସମ୍ପର୍କରେ ଆଜି ମାଲକାନଗିରି ବ୍ଲକ ସିନ୍ଦ୍ରିମାଳ ପଞ୍ଚାୟତର ଆଠ ଗୋଟି ଗ୍ରାମର ଲୋକ ମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ମାଲକାନଗିରି ତହସିଲ ତରଫରୁ ଗତ
ରେଳପଥ ପାଇଁ ଜମି ଅଧିଗ୍ରହଣର ଉଚିତ କ୍ଷତିପୂରଣ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ମାଲକାନଗିରି, ୨୪ ଜୁଲାଇ (ହି.ସ.)-

ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣର କ୍ଷତି ପୂରଣ ନିମନ୍ତେ ଉଚିତ ମୂଲ୍ୟ ପ୍ରଦାନ କରିବା ସମ୍ପର୍କରେ ଆଜି ମାଲକାନଗିରି ବ୍ଲକ ସିନ୍ଦ୍ରିମାଳ ପଞ୍ଚାୟତର ଆଠ ଗୋଟି ଗ୍ରାମର ଲୋକ ମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ମାଲକାନଗିରି ତହସିଲ ତରଫରୁ ଗତ ୨୨ ତାରିଖରେ ଏକ ନୋଟିସ ଜାରି କରାଯାଇ ଉକ୍ତ ନୋଟିସରେ ଜମି କ୍ଷତିପୂରଣ ବାବଦକୁ ସେଣ୍ଟ ପିଛା ୧୨୦୦୦/-ଟଙ୍କା ଧାର୍ଯ୍ୟ କରାଯାଇଥିବା ଉଲ୍ଲେଖ ରହିଛି। ଏହା ଜାଣିବା ପରେ ଜମିହରା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଏହାର ମୁଖ୍ୟ କାରଣ ହେଉଛି ସନ୍ଦ୍ରିମାଳ ପଂଚାୟତର ଅଧିକାଂଶ ଗାଁ ଗୁଡିକ ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୭ କିଲୋମିଟର ରୁ ୯ କିଲୋମିଟର ବ୍ୟବଧାନରେ ଥିବାବେଳେ ଏହାର ମୂଲ୍ୟ ଅଧିକ ହେବା ସତ୍ୱେ ବହୁତ କମ ପ୍ରଦାନ କରାଯାଉଛି । ପ୍ରତ୍ୟେକ ହିତାଧିକାରୀଙ୍କୁ ଜମିର ମୂଲ୍ୟ ସେଣ୍ଟ ପିଛା ୫୦,୦୦୦/(ପଚାଶ ହଜାର ) ଟଙ୍କା କରାଯାଉ ଏଥିସହ ସରକାରୀ ଜାଗାରେ ଘର କରି ରହିଥିବା ହିତାଧିକାରୀଙ୍କୁ ଉଛେଦ କରାଗଲେ ତାଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଉ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande